ବିଜେପି ଶିବିରରେ ବଡ ହଲଚଲ…

ବିଜେପି ଶିବିରରେ ବଡ ହଲଚଲ…

ବିଜେପି ଶିବିରରେ ବଡ ହଲଚଲ । ଦିଲ୍ଲୀରୁ ଫେରି ବଡ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହଁ ଆଜ୍ଞା. ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏଥରର ଦିଲ୍ଲୀ ଗସ୍ତକୁ ନେଇ ଟିକେ ଚର୍ଚ୍ଚା ଅଧିକ ଚାଲିଛି । କାହିଁକି ନା ଆଉ କିଛି ଦିନ ପରେ ରାଜ୍ୟରେ ମୋହନ ସରକାରକୁ ଏକ ବର୍ଷ ପୂରଣ ହେବାକୁ ଯାଉଛି । ଆଉ ଏହି ସମୟରେ ମୋହନ ଦିଲ୍ଲୀରେ ଦଳର ଶୀର୍ଷ ନେତୃତ୍ୱଙ୍କ ସହିତ ୱାନ ଟୁ ୱାନ କରିବା ଆଗକୁ କିଛି ସପ୍ରାଇଜ ଆଣିପାରେ ବୋଲି ଆଶଙ୍କା ବଢିଛି । ଏହା ସହ ମୋହନ ଓଡିଶା ଆସି କିଛି ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି । ଏବଂ ଆଗକୁ ରାଜନୈତିକ ଏବଂ ପ୍ରଶାସନିକ କ୍ଷେତ୍ରରେ ବଡ ଧରଣର ପରିବର୍ତନ ହେବା ନେଇ ସମ୍ଭାବନା ରହିଛି ।

ତେବେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ। ଆଉ ତାପରେ ମୋଦିଙ୍କ ସହ ମୋହନଙ୍କ ୱାନ-ଟୁ-ୱାନ। ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବା ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ମୋହନ ସାକ୍ଷାତ କରିବା ରାଜନୀତିକ ଚର୍ଚ୍ଚାକୁ ଅଧିକ ଉଷ୍ମ କରିଛି। କୁହାଯାଉଛି ଜୁନ ୧୨ ରେ ବିଜେପି ସରକାରକୁ ବର୍ଷେ ପୁରୁଥିବା ବେଳେ ଦିଲ୍ଲୀରୁ ଫେରି କିଛି ବଡ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ। ତେବେ ବିଜେପିକୁ ବର୍ଷେ ପୂରଣ ହେବାକୁ ଯାଉଥିବା ବେଳେ ଏବେ ବି ମନ୍ତ୍ରୀ ମଣ୍ଡଳ ଅଧାଗଢା ହୋଇଥିବା ବେଳେ , ନିଗମ ବୋର୍ଡ ସବୁ ଖାଲି ପଡିଛି । ରାଜ୍ୟ ସଭାପତି ପଦ ପାଇଁ ଅଙ୍କ ବି ଛିଣ୍ଡୁନି । ତେଣୁ ବର୍ଷ ପୂର୍ତିରେ ଏସବୁରେ ପୂର୍ଣ୍ଣଚ୍ଛେଦ ପଡିପାରେ ବୋଲି ସମ୍ଭାବନା ରହିଛି ।

ଅନ୍ୟପଟେ, ରାଜ୍ୟରେ କିଛି ପ୍ରକଳ୍ପକୁ ନେଇ ମଧ୍ୟ ମୋହନ ଆଲୋଚନା କରିଥାଇପାରନ୍ତି ବୋଲି ସେ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଏହା ସହ ବର୍ଷେ ଭିତରେ ମୋହନ ସରକାର କରିଥିବା ଉନ୍ନତି ମୂଳକ କାର୍ଯ୍ୟ, ଏବଂ ସେଥିରେ ହାସଲ କରିଥିବା ସଫଳତାଗୁଡିକୁ ନେଇ ମଧ୍ୟ ଶୀର୍ଷ ନେତୃତ୍ୱଙ୍କୁ ରିପୋର୍ଟ କାର୍ଡ ଦେଇଥିବା ଚର୍ଚ୍ଚା ହେଉଛି । ତେବେ ଦେଖାଯାଉ ଦିଲ୍ଲୀରୁ ଆସିବା ପରେ ମୋହନ କେଉଁ ନିଷ୍ପତ୍ତି ନେଉଛନ୍ତି ଏବଂ ବିଜେପି ଶିବିରରେ କେଉଁ ହଟଚମଟ ସୃଷ୍ଟି ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *