ଟିକାବାଲି ବ୍ଲକ କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଠାରୁ ଚକାପାଦ ବ୍ଲକ ଦୈନଦିନ ବ୍ରାହ୍ମଣପାଦ ଯାଇ ଫେରୁଥିବା ବିଣାପାଣି ବସ୍ ଚକାପାଦ ଘାଟିରେ ରେଡି ଓ୍ବାଟର ହୁସ୍ ପାଇପି ଫାଟି ଜିବାରୁ ଆସାକର୍ମି ଦୁଇ ଶିସୁ ଗୋଡହାତ ପଡି ଜାଇଥିବାରୁ ଘୋଟଣା ସ୍ଥଳରେ ରାସ୍ତାରେ ଜାଉଥିବା ଲୋକମାନେ ଉଦ୍ଧାର କରି ନିଜନିଜ ବାଇକ୍ ଓ ଅଟରେ ପ୍ରଥମେ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚାଇଥିଲେ । ଡାକ୍ତର ସମସ୍ତଙ୍କୁ ସ୍ବାସ୍ଥ୍ୟ ପରିଖିଆ କରିଥିଲେ । ପ୍ରକାଶ ଥାଉକି ଚକାପାଦ ବ୍ଲକର ଆଶାକର୍ମି ମାନେ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପୋଲିଓ ବୈଠକ କୁ ଯାଇଥିଲେ । ବୈଠକ ସରିବା ପରେ ସେହି ବିଣାପାଣି ବସ ରେ ଛୋଟ ଛୁଆ ଙ୍କ ସହିତ ଆଶା କର୍ମୀ ସମସ୍ତେ ଘରକୁ ଫେରିବା ସମୟରେ ଦୁର୍ଘଟଣା ହୋଇଥିଲେ। ଯାତ୍ରମାନେ ଅଭିଯୋଗ କରିଛନ୍ତି ଯେ ଯେତିକି ବସ୍ ରେ ସିଟ୍ ଥିଲା ତାଆଠାରୁ ଅଧିକ ବହୁ ମାତ୍ରାରେ ଆସୁଥିଲେ ଯାତ୍ରୀମାନେ l
ଚକାପାଦ ଘାଟିରେ ଦୁର୍ଘଟଣା ରେ ଆଶା କର୍ମୀ ଶରୀର କ୍ଷତି ହେବା ସହିତ ହାତ ଗୋଡ଼ ଅନେକ ସ୍ଥାନ ରେ ପୋଡି ହୋଇଯାଇଛି l ବୀଣାପାଣି ବସ ନଂ OD 02 AK 2669 ରେ ଆସୁଥିବା ଆଶା କର୍ମୀ ଓ ଶିସୁ ମାନଙ୍କୁ ଦେଖି ରାସ୍ତା ରେ ଯାଉଥିବା ଲୋକମାନେ ନିଜ ନିଜ ବାଇକ୍ ଓ ଅଟରେ ଯୋଗେ ଟିକାବାଲି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚଥିଲେ l ବସ ଦୁର୍ଘଟଣା ରେ ପୋଡି ହୋଇଥିବା ଆଶା କର୍ମୀ ହେଲେ ଚକାପାଦ ବ୍ଲକର ବସ୍ତିଙ୍ଗିଆ ର ଝୁନୁ କହଁର, ଅନ୍ୟ ପଂଚାୟତ ଆଶା କର୍ମୀ ସୁଜାତା ମଲିକ, ଝୁନାବତୀ ନାୟକ ଙ୍କୁ ଏବଂ ଛୋଟ ୭ବର୍ଷ ର ଛୁଆ ଅଶୁମାନ ନାୟକ, ଝିଅ ଆସିଂକା ନାୟକ ବୟସ ୩ବର୍ଷ,ବୋଲି ଜଣାପଡ଼ିଛି l ସ୍ଥାନୀୟ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସାଧାରଣ ଚିକତ୍ସା କରି ଗୁରୁତ୍ୱର ଥିବା ଆଶା କର୍ମୀ ଓ ଶିସୁମାନ ଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିବା ଯଣାପଡିଛି। ଏନେଇ ଟିକାବାଲି ପୋଲିସ ଖବରା ପାଇ ଘଟଣା ସ୍ଥଳରେ ପହଞ୍ଚି ବସ୍ କୁ ଯୋବଦ କରି ତଦନ୍ତ ଚଲେଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରିଣୀ କଲ୍ୟାଣିମୟୀ ଷେଣ୍ଢ ।
