ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଆକିଲି ଗାଁରେ ବିଦ୍ୟୁତ୍ ସରବରାହ ଠିକ୍ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି କର୍ମଚାରୀ ଗୁରୁତର ହୋଇଛନ୍ତି । କର୍ମଚାରୀ ଜଣକ ହେଲେ ମୋହନା ଥାନା ଅଧିନ ପିଣ୍ଡିକି ଗାଁର କିରଣ କୁମାର ନାୟକ ।ଆକିଲି ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଅଧିକାଂଶ ସମୟ ବିଦ୍ୟୁତ୍ କାଟ ହେଉଛି। ଏଣୁ ଟ୍ରାନ୍ସଫର୍ମର ସଜାଡିବା ପାଇଁ ଯାଇଥିଲେ କିରଣ ।କିନ୍ତୁ କୌଣସି କାରଣ ବଶତଃ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବାରୁ ଗୁରୁତର ହୋଇଥିଲେ ।ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି।
ରିପୋର୍ଟ ପଞ୍ଚାନନ ଦାଶ