ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରୁ ଫୁଲବାଣୀ ରାସ୍ତାର ବନ ବିହାର ଠାରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ଉପରେ ଚଢି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଆହତ ହୋଇଛନ୍ତି।ଯୁବକ ଜଣକ ବ୍ରହ୍ମପୁର ହରଡାଖଣ୍ଡି ଅଞ୍ଚଳର ଅଶୋକ ମହାରଣା ବୋଲି ଜଣାପଡ଼ିଛି।ତାର ଅନ୍ୟ ସହଯୋଗୀମାନଙ୍କ ସହ ଅଶୋକ ବ୍ରହ୍ମପୁର ଫେରୁଥିବା ବେଳେ ସେମାନେ ଭଞ୍ଜନଗର ଠାରେ ଏକ ହୋଟେଲରେ ବସି ଖାଉଥିବା ବେଳେ କୌଣସି କଥାକୁ ନେଇ ପରସ୍ପରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।ଏଥିରେ କ୍ରୋଦ୍ଧlନ୍ୱିତ ହୋଇ ଅଶୋକ ହଠାତ ପାଖରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ଉପରେ ଚଢିଯାଇ ବିଦ୍ୟୁତ ତାରକୁ ଧରିଦେଇ ଥିଲା। ଫଳରେ ସେ ଗୁରୁତର ଆହତ ହୋଇ ବିଦ୍ୟୁତ ଖୁଣ୍ଟରେ ଲଟକି ରହିଥିଲେ।ଏହାଦେଖି ସ୍ଥାନୀୟ ଲୋକମାନେ ଯୁବକକୁ ବୁଝେଇବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସେ କାହାରି କଥା ଶୁଣି ନଥିଲେ।ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲା।ତାର ଶରୀରର ଅନେକ ଅଂଶ ପୋଡ଼ି ଯାଇଥିବା ଜଣାପଡିଛି।

You can share this post!
author