ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଘର ପୋଡି ଭସ୍ମ

ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଘର ପୋଡି ଭସ୍ମ

ଗଜପତି:ମୋହନା

ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଗୋଟିଏ ଘର ପୋଡି ସଂପୂର୍ଣ୍ଣ ରୂପେ ଧ୍ୱଂସ ପାଇଯାଇଥିବା ବେଳେ ୨ଟି ଘର ଆଂଶିକ ପୋଡି ଯାଇଛି। ସୂଚନା ମୁତାବକ ମୋହନା ବ୍ଲକ ଅନ୍ତର୍ଗତ ସାନ ଖଣି ଗ୍ରାମର କିଛି ଲୋକ ଶୁଭ ଶୁକ୍ରବାର (ଗୁଡ୍‌ ଫ୍ରାଇଡେ) ଉପଲକ୍ଷେ ଚ଼ର୍ଚ୍ଚକୁ ପ୍ରାର୍ଥନା କରିବାକୁ ଯାଇଥିଲେ। ଘରେ କେହି ନଥିବା ସମୟରେ ରାତ୍ର ପ୍ରାୟ ୯ଟା ବେଳେ ଗ୍ରାମର ଫାଉସ୍ତିନ ନାୟକଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟ ଘଟି ହଠାତ ନିଆଁ ତୀବ୍ର ରୂପ ଧାରଣ କରିଥିଲା। ପରେ ପଡୋଶୀ ଆମୋଶ ନାୟକ ଓ ମୁକୁନ୍ଦ ନାୟକଙ୍କ ଘରକୁ ନିଆଁ ବ୍ୟାପିଥିଲା। ଏହା ଦେଖି ଗ୍ରାମ ର କିଛି ଲୋକ ନିଜ ନିଜ ଘରୁ ପାଣି ଆଣି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଖବର ପାଇ ମୋହନା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ। ନିଆଁର ପ୍ରକୋପ ଏତେ ତୀବ୍ର ଥିଲାଯେ ନିଆଁକୁ ଆୟତ୍ତ କରିବା ପୂର୍ବରୁ ଫାଉସ୍ତିନଙ୍କ ଘରର ସମସ୍ତ ଜିନିଷ ପତ୍ର ସହ ଆବଶ୍ୟକୀୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା। ଅନ୍ୟ ୨ଜଣଙ୍କର ଘର ଆଶିଂକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

author

Related Articles

Leave a Reply

Your email address will not be published. Required fields are marked *