ବିଧାନସଭା ଗୃହରେ ଆଳୁ ଝଡ । ଆଲୁ ପ୍ରସଙ୍ଗକୁ ନେଇ ତାତିଲେ ବିରୋଧୀ । ୩ ଦିନ ପରେ ପୁଣି ଆରମ୍ଭ ହୋଇଛି ବିଧାନସଭାର ଶୀତ କାଳୀନ ଅଧିବେଶନ । ଏହି ଅଧିବେଶନର ଶୂନ୍ୟକାଳରେ ବିରୋଧୀ ଉଠାଇଛନ୍ତି ଆଳୁ ପ୍ରସଙ୍ଗ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି । କହିଛନ୍ତି, ଆଳୁ ନେଇ ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି । ମନ୍ତ୍ରୀ ୩୦ ଟଙ୍କାରେ ଆଳୁ କିଣିଥିବା କହୁଛନ୍ତି, ହେଲେ ଦୋକାନରୁ କିଣିଲେ ୬୦ ଟଙ୍କା କିଲୋ ହୋଇଗଲାଣି । ସରକାର କେବଳ ନାନାବାୟା କଥା କହୁଛନ୍ତି। କ’ଣ ପଦକ୍ଷେପ ନେଇଛନ୍ତି ଜଣାନ୍ତୁ ବୋଲି ଦାବି କରିଛନ୍ତି ପ୍ରମିଳା ମଲ୍ଲିକ । କେତେବେଳେ କହୁଛନ୍ତି ଆଳୁ ଟ୍ରେନରେ ଆସୁଛି । ଡବଲ ଇଞ୍ଜିନ ସରକାର ହୋଇ କାହିଁକି ଇଞ୍ଜିନ ଟାଣିପାରୁନାହିଁ ବୋଲି କଟାକ୍ଷ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ।

You can share this post!
author