ବିଧାନସଭାରେ ଘାଇଲା ହେବେ ମୋହନ-ରେଖା

ବିଧାନସଭାରେ ଘାଇଲା ହେବେ ମୋହନ-ରେଖା

ଦିଲ୍ଲୀରେ ବସିଲା ବୈଠକ ହେଲା ବଡ ନିଷ୍ପତ୍ତି । ଦିଲ୍ଲୀର ନୂଆ ସରକାରଙ୍କୁ ଘେରିବା ପାଇଁ ଅରବିନ୍ଦ କେଜ୍ରିୱାଲ କଲେ ବଡ ପ୍ଲାନ । ଦିଲ୍ଲୀ ନିର୍ବାଚନରେ ବିଜେପିର ବଡ ବିଜୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରେଖା ଗୁପ୍ତା । ମହିଳା କାର୍ଡ ଖେଳି ଦିଲ୍ଲୀକୁ ନିଜ କବଜାରେ ରଖିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ଭାରତୀୟ ଜନତା ପାର୍ଟି । ସେହିପରି ଲଗାତାର ଭାବେ ଶାସକ ଦଳରେ ରହିଆସୁଥିବା ଆମ ଆଦମୀ ପାର୍ଟି ଚଳିତ ଥର ବିଧାନସଭାରେ ବିରୋଧି ଦଳ ଭାବେ ଉଭା ହୋଇଛି । ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧି ଦଳ ଆମ ଆଦମୀ ପାର୍ଟିରେ ବସିଛି ବଡ ବୈଠକ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କାଲକାଜୀ ବିଧାୟିକା ଆତିଶୀ ଏବେ ଦିଲ୍ଲୀ ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିବେ । ଆମ ଆଦମୀ ପକ୍ଷରୁ ଆୟୋଜିତ ବିଧାୟକ ଦଳ ବୈଠକରେ ତାଙ୍କୁ ବିରୋଧି ଦଳ ନେତା ଭାବେ ନିର୍ବାଚିତ କରାଯାଇଛି । ବୈଠକରେ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟତୀତ 22 ଜଣ ବିଧାୟକ ଉପସ୍ଥିତ ରହିଥିଲେ । ବିରୋଧି ଦଳରେ ରହି ଆପ ବିଜେପିର ସମସ୍ତ ନିର୍ବାଚନ ପ୍ରତିଶ୍ରୁତି ପାଳନ କରାଇବ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରତି ମହିଳାଙ୍କୁ ମାସି 2500 ଟଙ୍କା ଦିଆଯାଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ଆପର ପ୍ରଥମ ପ୍ରାଥମିକତା ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ତେବେ ଅନ୍ୟପଟେ ଆମେ ଯଦି ଦେଖିବା ଓଡିଶା ପରେ ଦିଲ୍ଲୀରେ ବିଜେପି ବହୁମତ ପାଇ ସରକାର ଗଢିଛି । ଗୋଟିଏ ପଟେ ଓଡିଶାର ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ମୋହନ ସରକାରଙ୍କୁ ବିଧାନସଭାରେ ଘାଇଲା କରୁଥିବା ବେଳେ ସେପଟେ ଅରବିନ୍ଦ କେଜ୍ରିୱାଲ ଓ ବିରୋଧି ଦଳ ନେତା ଆତିଶୀ ମାର୍ଲେନା ରେଖା ସରକାରକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ଦିଲ୍ଲୀରେ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରୁଛି ନା ଓଡିଶା ପରି ଠକି ହୋଇଯାଉଛନ୍ତି ଦିଲ୍ଲୀ ବାସୀ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *