ଚାଲିଛି ବିଧାନସଭାର ଦ୍ୱିତୀୟ ଅଧିବେଶନ । ପ୍ରଥମ ଥର ବିଧାନସଭା ଅଧିବେଶନରେ ଯେତିକି ଆକ୍ଟିଭ ରହୁଥିଲେ ବିରୋଧି ଏଥର କିନ୍ତୁ ଫିକା ପଡିଯାଇଛନ୍ତି । ଖୋଦ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ବିଧାନସଭା ଆସୁନଥିବା ବେଳେ ଶାସକ ଦଳର ବିଧାୟକ ମାନେ ତାଙ୍କୁ ଘେରୁଛନ୍ତି । ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଧୃତରାଷ୍ଟ୍ରଙ୍କ ସହ ତୁଳନା କରିଛନ୍ତି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ । ପରୀ କେସ ଠାରୁ ଆରମ୍ଭ କରି ମମିତା ମେହେର ହତ୍ୟାକାଣ୍ଡ ପର୍ଯ୍ୟନ୍ତ ସମସ୍ତ ଗୋଟି ଗୋଟି କରି ବିଧାନସଭାରେ ସବୁର ଗୁମର ଖୋଲିଛନ୍ତି ବିଧାୟକ ଟଙ୍କଧର ତ୍ରିପାଠୀ । ନୂଆ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ବିଜେଡିର ହେଭିୱେଟଙ୍କ ସାମ୍ନାରେ ନବୀନଙ୍କୁ ଧୋଇ ଦେଇଛନ୍ତି । ଦୀର୍ଘ 24 ବର୍ଷ ଧରି ରାଜ୍ୟରେ ଯେଉଁ ଅନ୍ୟାୟ, ଅନିତିକୁ ପୂର୍ବର ନବୀନ ସରକାର ପ୍ରୋତ୍ସାହନ ଦେଉଥିଲେ ଏବଂ ନିଜ ଛତ୍ରଛାୟା ତଳେ ବିଜେଡିର କେଳେଙ୍କାରୀ ନେତାଙ୍କୁ ଘୋଡାଇ ରଖିଥିଲେ ତାର ପର୍ଦ୍ଦାଫାସ କରିଛନ୍ତି ଟଙ୍କଧର ତ୍ରିପାଠୀ । ବିଧାନସଭାରେ ଗର୍ଜନ କରିବା ସହିତ ବିଜେଡି ବିଧାୟକଙ୍କ ମୁହଁକୁ ଚୁପ କରାଇଦେଇଛନ୍ତି ବିଜେପି ନେତା ତଥା ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ । ଭଟ୍ଟଲି ବିଧାୟକ ଥାନା ଭଙ୍ଗାରୁଜା କରିବା ଘଟଣା ଉଠାଇଲେ ନବୀନଙ୍କୁ ପ୍ରଶ୍ନ କଲେ । ନିୟମକୁ ଆଖିଠାର କରି ଦୁର୍ନୀତିକୁ ସାଥି କରିଥିବା ନବୀନଙ୍କ ସରକାରର ସବୁ ଗୁମର ଏବେ ଖୋଲିବ । ତେବେ ବିଧାନସଭାରେ 24 ବର୍ଷ ଧରି ଦୁର୍ନୀତିକୁ ସାଥି କରିଥିବା ବିଜେଡିର ଗୁମର ପଦାରେ ପଡିବା ପରେ ଏହାକୁ କିପରି ସାମ୍ନା କରୁଛନ୍ତି ନବୀନ ତାହା ଦେଖିବାକୁ ଅପେକ୍ଷା ।

You can share this post!
author