- ପ୍ରଥମ ଦିନରୁ ହଟ୍ଟଗୋଳ,ଚାଲିପାରିଲାନି ଗୃହ
- ମୋହନ ସରକାରଙ୍କ ଇସ୍ତଫା ଦାବି କଲା କଂଗ୍ରେସ
- ନବୀନ ଦେଇଥିଲେ କର୍ଣ୍ଣମନ୍ତ୍ର କାମରେ ଲଗାଇଲେ ବିଧାୟକ
ଆଜିଠାରୁ ଆରମ୍ଭ ହୋଇଯାଇଛି ବିଧାନସଭା ଶୀତକାଳୀନ ଅଧିବେଶନ । ବିଧାନସଭାର ପ୍ରଥମ ଦିନରେ ହିଁ ବିରୋଧିଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିବଙ୍ଗତ ନେତା ଓ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାପରେ ବିଜେଡି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ବିରୋଧି ଦଳ ନେତା ଶୋକପ୍ରସ୍ତାବ ଆଗତ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କିନ୍ତୁ ଆରମ୍ଭରୁ ହିଁ ବିଧାନସଭାରେ ବିରୋଧିଙ୍କ ହୋହଲ୍ଲା ଦେଖିବାକୁ ମିଳିଥିଲା । ଗୃହର ମଧ୍ୟଭାଗକୁ ଆସି ବିରୋଧି ଓ ବିଜେଡି ଓ କଂଗ୍ରେସ ହଟ୍ଟଗୋଳ କରିଥିଲେ । ଯାହାଦ୍ୱାରା ଗୃହକୁ ଗୋଟିଏ ଘଣ୍ଟା ମୁଲତବି ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ ।
ପ୍ରଥମ ଦିନରେ ଗୃହରେ ଉପସ୍ଥିତ ରହିଥିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରିଥିଲେ ବିଜେଡି ସୁପ୍ରିମୋ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ । ଶୀତକାଳୀନ ଅଧିବେଶନ ପୂର୍ବରୁ ବିଜେଡି ବିଧାୟକଙ୍କୁ ଗୁରୁମନ୍ତ୍ର ଦେଇ ବିଧାନସଭା ପଠାଇଛନ୍ତି ବିଜେଡି ସୁପ୍ରିମୋ । ସେପଟେ କଂଗ୍ରସର ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ନିଜର କଂଗ୍ରେସ ବିଧାୟକଙ୍କୁ ଏକତ୍ରିତ କରି ରଣନୀତି ପ୍ରସ୍ତୁତ କରି ରାଜ୍ୟର ବିଭିନ୍ନ ସମସ୍ୟାକୁ ମୁଦ୍ଧା କରିଛନ୍ତି ଏବଂ ବିଧାନସଭାରେ ଦୁଇ ଦଳଙ୍କର ହଟ୍ଟଗୋଳ ଦେଖିବାକୁ ମିଳିଛି ।
ବିଭିନ୍ନ ପ୍ରସଙ୍ଗ ଯେପରିକି ଆବାସ ଯୋଜନାରୁ ବାଦ ପଡିଥିବା ହିତାଧିକାରୀ,ପାଞ୍ଚମାସରେ 40 ହାତୀ ମୃତ୍ୟୁ,ଅନାହାର ମୃତ୍ୟୁ ସମସ୍ତ ପ୍ରସଙ୍ଗ ଉଠାଇ ମୋହନ ସରକାରଙ୍କୁ ଘେରିଥିଲେ ଉଭୟ ବିଜେଡି ଓ କଂଗ୍ରେସ । ଏହାସହ ସମ୍ୱିଧାନ କଥାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଇସ୍ତଫା ଦାବି କରିଥିଲା କଂଗ୍ରେସ ।