ବିଧାନସଭାରେ ବିଜେପିର ବଡ ପ୍ରତିଶୃତି…

ବିଧାନସଭାରେ ବିଜେପିର ବଡ ପ୍ରତିଶୃତି…

ବିଧାନସଭା ଶୀତ ଅଧିବେଶନରେ ବିଜେପିର ବଡ ପ୍ରତିଶୃତିି । ରାଜ୍ୟରେ ମୋବାଇନ ଇଣ୍ଟରନେଟକୁ ନେଇ ବଡ ଘୋଷଣା କଲେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଗାଁକୁ ପହଁଞ୍ଚିବ ଇଣ୍ଟରନେଟ୍ । ବର୍ତ୍ତମାନ ରାଜ୍ୟରେ ୪୭ ହଜାର ୯୦୨ ଟି ମୋବାଇଲ ଟାୱାର ଅଛି ସେଥିରୁ ୧୨ ହଜାର ୬୦୨ଟି ୫ଏ ଟାୱାର ଅଛି । ଅଧିକ ୫ଏ ଟାୱାର ଅପଗ୍ରେଡ଼ କରାଯାଉଛି । ୨୦୨୫ ମାର୍ଚ ସୁଦ୍ଧା ଅନକନେକ୍ଟେଡ୍ ଗାଁକୁ ସେବା ପହଞ୍ଚାଇବା ସରକାର ଲକ୍ଷ୍ୟ ରଖିଛନ୍ତି । ଇଣ୍ଟେରନେଟ ସମସ୍ୟା ଦୂର କରିବାକୁ ଜିଲ୍ଲା ଏଡିଏମଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ ହୋଇଛି । ଟାୱାର ବସାଇବାକୁ ଜମି ଅଧିଗ୍ରହଣ ନେଇ ଏହି ଟାସ୍କ ଫୋର୍ସ କାମ କରିବ ବୋଲି ଗୃହରେ ଆଈଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗୃହରେ ଉତ୍ତର ରଖିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *