ଚର୍ଚ୍ଚାରେ ସୁନ୍ଦରଗଡ ରାଜନୀତି । ସାଂସଦ ଜୁଏଲ ଓରାମଙ୍କୁ ନେଇ ରାଜନୀତିରେ ମୋଡ । କୁହାଯାଉଛି, ଜୁଏଲ ଓରାମ ଏଥର ଆଉ ଲୋକସଭା ପାଇଁ ନିର୍ବାଚନ ଲଢିବେନି । ତାଙ୍କୁ ବିଧାନସଭା ପ୍ରାର୍ଥୀ କରିବାକୁ ଚାହୁଁଛି ଦଳ । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ନିର୍ବାଚନରେ ବିଜେପିର ବିଜୟ ପରେ ସେହି ଢାଞ୍ଚା ଓଡ଼ିଶାରେ ଆପଣାଇବାକୁ ଚାହୁଁଛି ଦଳ । ସୁନ୍ଦରଗଡ଼ ବିଧାନସଭାରୁ ଲଢିବାକୁ ଜୁଏଲ ଚାହୁଁଥିବା ଚର୍ଚ୍ଚା ହେଉଛି । ଏପରି ହେଲେ ସୁନ୍ଦରଗଡ଼ ଜିଲ୍ଲା ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିପାରେ । ଯଦି ଜୁଏଲ ଓରାମ ବିଧାନନସଭା ନିର୍ବାଚନ ଲଢନ୍ତି, ତେବେ ଜୁଏଲ ଓରାମଙ୍କ ଭଳି ଜଣେ ଟାଣୁଆ ଆଦିବାସୀ ନେତାଙ୍କ ସ୍ଥାନରେ ଲୋକସଭା ନିର୍ବାଚନ ଲଢିବ କିଏ?

You can share this post!
author