ବିଧାୟକଙ୍କୁ ହତ୍ୟା ଧମକ । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ଆସିଥିବା ଅଭିଯୋଗ ହୋଇଛି । ସାଲୁଜାଙ୍କୁ ହତ୍ୟା ଧମକ ନେଇ ସହରର ବିଭିନ୍ନ ସ୍ଥାନରେ ବ୍ୟାନର ଲଗାଯାଇଛି । ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା କରିବା ନେଇ ପୋଷ୍ଟରରେ ଉଲ୍ଲେଖ ଅଛି । ତେବେ ଏହି ଧମକ ନେଇ କିଏ ବ୍ୟାନର ଲଗାଇଛି ତାହା ଜଣାପଡିନି । କିନ୍ତୁ ଏଥିରେ ଜଣେ ଯୁବକଙ୍କ ଫଟୋ ରହିଛି । ସେଥିରେ ଲେଖାଯାଇଛି ‘ସନ୍ତୋଷ ସିଂ ସାଲୁଜାଙ୍କୁ ମୁଁ ୧୫ ଦିନ ଭିତରେ ମାରିଦେବି’ । ବ୍ୟାନର ଜବତ ସହ କଣ୍ଟାବାଞ୍ଜି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ଘଟଣାକୁ ନେଇ କଣ୍ଟାବାଞ୍ଜି ବିଧାୟକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।

You can share this post!
author