ବିଧାୟକଙ୍କ ଘର ପାଖରେ ମିଳିଲା ବୋମା ….

ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ କାର୍ଯ୍ୟାଳୟ ପାଖରେ ଟାଇମ ବୋମା ଥିବା ଖବର ସାମ୍ନାକୁ ଆସିଛି । ସକାଳୁ ସକାଳୁ କର୍ମଚାରୀମାନେ ବୋମାକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋମାକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।ଅନ୍ୟପଟେ ବୋମାଟି ନକଲି ଓ କେହି ଜାଣିଶୁଣି ଏପାରି କରିଛି ବୋଲି ବିଧାୟକ କହିଛନ୍ତି । ସେପଟେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି । ତଦନ୍ତ ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିବ ।

author

Related Articles

Leave a Reply

Your email address will not be published. Required fields are marked *