କଟକ ଜିଲ୍ଲା କଟକ ସଦର ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଉତ୍ତରକୁଲ୍ ପଞ୍ଚାୟତରେ ଆୟୁସ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା , ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବିତରଣ । କଟକ ସଦର ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସେଠୀ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ହିତାଧିକାରୀ ମାନଙ୍କୁ ଏହି ନୂତନ କାର୍ଡ ବିଷୟରେ ସୂଚନା ଦେବାସହ ନୂତନ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ କରିଥିଲେ । ଏହି ଅବସରରେ ହିତାଧିକାରୀ ମାନଙ୍କୁ କାର୍ଡ ବଣ୍ଟନ କରିଥିଲେ । କଟକ ସଦର ନିର୍ବାଚନ ମଣ୍ଡଳୀରେ ବହୁ ସ୍ଥାନରେ ସ୍ୱତନ୍ତ୍ର ଭାବେ ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିବା ବେଳେ ପ୍ରଥମ ପ୍ରଯ୍ୟାୟରେ ଦୁଇ ଲକ୍ଷରୁ ଉର୍ଦ୍ଧ ଲୋକ ଏହି କାର୍ଡ ଦ୍ୱାରା ଉପକୃତ ହେବାକୁ ଯାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୃତଜ୍ଞନ୍ତା ଜଣାଇଛନ୍ତି ବିଧାୟକ। ସେ ତାଙ୍କ ଅଂଚଳର ଜନସଧାରଣ ମାନଂକୁ ଭ୍ରମିତ ନହେବା ପାଇଁ ଅନୁରୋଧ କାରୀଥିଲେ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025