ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ତ୍ରେତେୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ଯେତେବେଳେ ବନବାସ ପାଈଁ ଦକ୍ଷିଣ ଦିଗକୁ ଆସି ଏହି ଗ୍ରାମରେ ରାତ୍ରିଯାପନ କରିଥିଲେ | ପର ଦିନ ସକାଳେ ସ୍ନାନ କରୁଥିବା ସମୟରେ ଭାସିଆସୁଥିବା ଏକ ଲାଉ ତୁମ୍ବାକୁ ଆଣି ତାକୁ ପୂଜାକରି ବିସର୍ଜନ କରିବାକୁ ଗଲା ବେଳେ ସେହି ଲାଉ ତୁମ୍ବା ଉଠିନଥିଲା ତେଣୁ ପ୍ରଭୁ ତାଙ୍କ ନାମ ତୁମ୍ବେଶ୍ୱର ଦେଇଥିଲେ | ତାଙ୍କ ଦ୍ୱାରା ସ୍ଥାପିତ ଏହି ପୀଠରେ ଦୀର୍ଘ ନଅ ବର୍ଷ ପରେ ଏହି ଯଜ୍ଞ ଅନୁଷ୍ଠିତ ହେଉଛି | ରାଜ୍ୟ ଓ ଦେଶକୁ କଳୁଷିତ ମୁକ୍ତ କରି କିପରି ଶାନ୍ତିପ୍ରତିଷ୍ଠା ହେବ, ଲୋକେ ସୁରକ୍ଷିତ ଭାବେ ବଞ୍ଚୀ ରହିବେ ସେଥି ପାଇଁ ୭ ଦିନ ବ୍ୟାପୀ ଚାଲିଥିବା କଳିକଳୁଷ ନାଶନ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ହୋଇଛି|
ଯଜ୍ଞଲାଗି ସମଗ୍ର ପ୍ରତାପୁର ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ହରିବୋଲ ହୁଳହୁଳି ସାଙ୍ଗକୁନାମ ସଙ୍କୀର୍ତ୍ତନ, ପଣ୍ଡିତ ବ୍ରାହ୍ମଣଙ୍କ ବେଦମନ୍ତ୍ରରେ ପ୍ରକମ୍ପିତ ହୋଇପଡିଥିଲା ଏହି ଯଜ୍ଞ ସ୍ଥଳ । ଏଥିରେ ମୁଖ୍ୟକର୍ତ୍ତା ଭାବେ ନରସିଂହ ମିଶ୍ର ଓ ତାଙ୍କ ପତ୍ନୀ ପ୍ରମଦା ମିଶ୍ର ଦାୟିତ୍ଵ ନିର୍ବାହ କରିଥିଲେ । ବିଭିନ୍ନ ସ୍ଥାନରୁ ୪୫ ଜଣ ପଣ୍ଡିତ ବ୍ରାହ୍ମଣଙ୍କ ସହ ସାଧୁସନ୍ଥ ମାନେ ଯୋଗଦେଇଥିଲେ । ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଆସି ଦର୍ଶନ କରି ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହାକୁ ଯଜ୍ଞ କମିଟିର ଉପଦେଷ୍ଟା ପଦ୍ମଚରଣ ପଟ୍ଟନାୟକ, ସଭାପତି ଗୌରୀଶଙ୍କର ରାଉଳ, ସୁଦର୍ଶନ ନାୟକ, ଅଜଯ ଜୟ ପଟ୍ଟନାୟକ, କେଦାର ନାଥ ନାୟକ ପ୍ରମୁଖଙ୍କ ସ ମେତ ସମସ୍ତ ଗ୍ରାମବାସୀ ପରିଚାଳନା କରିଥିଲେ ।ଏହି ଯଜ୍ଞ କୁ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଖଲ୍ଲିକୋଟର ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ଳକ ଅଧକ୍ଷା ପିଙ୍କି ବେହେରା, ଯୁବ ସମାଜ ସେଵୀ ନିର୍ମଳ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲେ ।