ବିନା ଅସ୍ତ୍ରରେ ନାକେଦମ୍ ପାକିସ୍ତାନ

ବିନା ଅସ୍ତ୍ରରେ ନାକେଦମ୍ ପାକିସ୍ତାନ

ପାକିସ୍ତାନ-ଭାରତ ଭିତରେ ଆରମ୍ଭ ହେଲାଣି ଘମାଘୋଟ ଯୁଦ୍ଧ । ସୀମାରେ ଆକ୍ଟିଭ ମୋଡରେ ରହିଛନ୍ତି ଦୁଇ ଦେଶର ସେନା । କିନ୍ତୁ ଭାରତ ଯେ, ସିକ୍ରେଟ ପ୍ଲାନିଂ କରୁଛି ତାର ସୁରାକ ପାକିସ୍ତାନ ପାଇପାରୁନି । ବିନା ଅସ୍ତ୍ରରେ ପାକିସ୍ତାନକୁ ନାକେଦମ୍ କରିବା ପରେ ଏବେ ଭାରତ ସାମ୍ନାସାମ୍ନି ଯୁଦ୍ଧ କରିବା ପାଇଁ ରେଡୀ ହେଲାଣି । ଏପରିକି ପାକିସ୍ତାନ ସୀମାରେ ଅର୍ଜୁନ ଟ୍ୟାଙ୍କ ସହିତ ଭାରତୀୟ ସେନା ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିଛି । ସେନାର ସୈନିକମାନେ ଅର୍ଜୁନ ଟ୍ୟାଙ୍କ ସହିତ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛନ୍ତି। ଯଦି ଆଗକୁ ପରିସ୍ଥିତି ଜଟିଳ ହୁଏ ତେବେ ଭୟଙ୍କର ଯୁଦ୍ଧ ହେବା ଏକ ପ୍ରକାର ଥୟ ବୋଲି ଆଶଙ୍କା କରାଯାଉଛି ।

କାରଣ ନିଜ ଦୋଷକୁ ସ୍ୱୀକାର ନକରି ପାକିସ୍ତାନ ଭାରତକୁ ଦୋଷ ଦେଇଚାଲିଛି । ପାକିସ୍ତାନୀ ନେତାମାନେ ଭାରତରେ ରକ୍ତର ନଦୀ ବୁହାଇବା ନେଇ ଖୁଲମଖୁଲା ଧମକ ଦେଉଛନ୍ତି । ଯାହାର କଡା ଜବାବ ଦେବାକୁ ଭାରତ ରେଡୀ ହେଉଛି । ତେବେ ପିଓକେରେ ପାକିସ୍ତାନ ସେନାର ଏକ ବଡ ଗତିବିଧି ଦେଖିବାକୁ ମିଳିଛି । ପାକିସ୍ତାନ ସେନା ଏଲଓସିରେ ଏକାଠି କରିବାରେ ବ୍ୟସ୍ତ ରହୁଛି । ଏପରିକି ଏଲଓସିର ବିଭିନ୍ନ ସ୍ଥାନରେ ପାକ୍ ସେନା ଗୁଳିମାଡ କରୁଛନ୍ତି । ପୁଞ୍ଚ ଓ କୁପୱାରା ଅଞ୍ଚଳରେ ପାକ ସେନା ଗୁଳିମାଡ କରୁଛି । ଯାହାର ମୁହଁ ଚୋଡ ଜବାବ ଦେଉଛି ଭାରତୀୟ ସେନା । ଲଗାତାର ୪ ଦିନ ହେବ ପାକିସ୍ତାନ ଭାରତକୁ ଉସକାଉଥିବା ବେଳେ ଏହାର କଡା ଜବାବ ଦେଉଛି ଭାରତ । ଏବଂ ଆଗକୁ ଏପରି ସ୍ଥିତି ରହିବେ ପରିସ୍ଥିତି ସାଙ୍ଘାତିକ ହେବା ନେଇ ସମ୍ଭାବନା ରହିଛି ।

ତେବେ ୨୮ ଜଣଙ୍କ ଜୀବନ ଆତଙ୍କୀମାନେ ନେଇଥିବା ବେଳେ ଏବେ ବି ଏ ଘଟଣା ଭାରତର ରକ୍ତକୁ ଗରମ ରଖିଛି । ଆଉ ଏହାର ବଦଲା ନେବା ପାଇଁ ପ୍ରଥମେ ବିନା ଅସ୍ତ୍ରରେ ହିଁ ଭାରତ ପାକିସ୍ତାନକୁ ହନ୍ତ ସନ୍ତ କରିଛି । ପାଣି , ଔଷଧ ବନ୍ଦ କରି ପାକିସ୍ତାନକୁ ତାର ଔକାତ୍ ଦେଖାଇଛି ଭାରତ । କିନ୍ତୁ ଏତିକିରେ ଭାରତ ଶାନ୍ତ ପଡୁନି । ଏବେ ପାକିସ୍ତାନ ବିରୋଧରେ ଆଉ ଏକ ଆକ୍ସନ ନେଇ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ । ଭାରତରେ ପାକିସ୍ତାନ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଦିଆଯାଇଛି । ପାକିସ୍ତାନର ୧୬ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ । ତେବେ ଆଗକୁ ଦେଖିବାକୁ ବାକି ରହିଲା ପାକିସ୍ତାନ ବିରୋଧରେ ଆଉ କେଉଁ କଡାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ପାକିସ୍ତାନର ଅବସ୍ଥା କଣ ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *