ବିନା କାଗଜ ପତ୍ରରେ ଗଡୁଛି କୋର୍ଟ ଭ୍ୟାନ୍

ବିନା କାଗଜ ପତ୍ରରେ ଗଡୁଛି କୋର୍ଟ ଭ୍ୟାନ୍

ମନମୁଣ୍ଡା ଗାନ୍ଧୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ୍ କୁ ପଛପଟୁ ଧକ୍କା ଦେଲା କୋର୍ଟ ଭ୍ୟାନ । ମୁଦାଲାଙ୍କୁ ନେଇ କଣ୍ଟାମାଳ କୋର୍ଟ ଯାଉଥିବା ବେଳେ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲେ ୧୦ ରୁ ଉର୍ଦ୍ଧ ମୁଦାଲା। ଜଣେ ମୁଦାଲା ଓ ଜଣେ ପୋଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି । କୋର୍ଟ ଭ୍ୟାନ୍ ର କାଗଜ ପତ୍ର ଠିକ୍ ନଥିବାରୁ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପରେ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା ମନମୁଣ୍ଡା ପୋଲିସ। ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମନମୁଣ୍ଡା ଗାନ୍ଧୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଟ୍ରକ୍ କୁ ପଛପଟୁ ଧକ୍କା ଦେଲା କୋର୍ଟ ଭ୍ୟାନ । ବୌଦ୍ଧରୁ ମୁଦାଲାଙ୍କୁ ନେଇ କଣ୍ଟାମାଳ କୋର୍ଟ ଯାଉଥିବା ବେଳେ ଦୁର୍ଘଟଣା ହୋଇଛି । ଅଳ୍ପକେ ବର୍ତ୍ତିଲେ ୧୦ ରୁ ଉର୍ଦ୍ଧ ମୁଦାଲା। ଜଣେ ମୁଦାଲା ଓ ଜଣେ ପୋଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ସୂଚନା | ପରେ ମନମୁଣ୍ଡା ସଦର ଡାକ୍ତରଖାନାରେ ଆହତଙ୍କ ପ୍ରାଥମିକ ଚିକିତ୍ସା ପରେ ମନମୁଣ୍ଡା ପୋଲିସ ଭ୍ୟାନ ଓ ପିସିଆର ଗାଡ଼ିରେ ପୁଣି ମୁଦାଲାଙ୍କୁ କୋର୍ଟକୁ ନିଆଯାଇଥିଲା l ତେଵେ ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହ ଘଟଣାର ତଦନ୍ତ ଚାଲୁ କରିଛି l ତେଵେ ଭ୍ୟାନ ର କାଗଜ ପତ୍ର ଠିକ ନ ଥିବା ସୂଚନାମିଳିଛି l ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ସାମନ୍ୟ ଉତେଜନା ଲାଗି ରହିଥିଲା ।ମନମୁଣ୍ଡା ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲା । ଏଠାରେ ପ୍ରଶ୍ନ ଉଠୁଛି ଯେ ସାଧାରଣ ଲୋକଙ୍କୁ ପଳୁସନ୍ ଓ ଇନ୍ସୁରେନ୍ସ ନଥିଲେ ହଜାର ହଜାର ଟଙ୍କା ଫାଇଁନ ଆଦାୟ କରୁଥିବା ବେଳେ ଏବେ କିଏ ଏହାର ଫାଇନ୍ କାଟିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

author

Related Articles

Leave a Reply

Your email address will not be published. Required fields are marked *