ବିନା ଖର୍ଚ୍ଚରେ ଚମକି ଉଠିବ ଚେହେରା…

ବିନା ଖର୍ଚ୍ଚରେ ଚମକି ଉଠିବ ଚେହେରା…

କଣ ଆପଣ ବିନା ଖର୍ଚ୍ଚରେ ନିଜ ଚେହେରାରେ ପ୍ରାକୃତିକ ଚମକ ଚାହୁଁଛନ୍ତି କି? ପ୍ରାକୃତିକ ଚମକ ପାଇଁ ଏକ ଘରୋଇ ନୁସ୍କା ସମ୍ପର୍କରେ ଆପଣ ଜାଣନ୍ତି କି? ଆଜିକାଲି ଚେହେରାରେ ଚମକ କିଏ ବା ନ ଚାହେଁ । ପ୍ରାକୃତିକ ଚମକ ଚେହେରାରେ ରହିଲେ ସମସ୍ତେ କନଫିଡେଣ୍ଟ ଫିଲ୍ କରନ୍ତି । କିନ୍ତୁ ଅନେକଙ୍କ ପାଇଁ ଏହା ସମ୍ଭବ ହୋଇନଥାଏ । କିନ୍ତୁ ଚେହେରାରେ ଚମକ ଆଣିବା ପାଇଁ ଅନେକ ବିଭିନ୍ନ ପ୍ରକାର ସ୍କିନ ଟ୍ରିଟମେଣ୍ଟ ଆପଣେଇଥାନ୍ତି । ଯେଉଁଥିରୁ ସବୁୁଠୁ ଅଧିକା ଟ୍ରେଣ୍ଡରେ ରହିଛି ଆଇସ ଫେସିଆଲ ଟ୍ରିଟମେଣ୍ଟ । ବଲିଉଡ ଅଭିନେତ୍ରୀମାନେ ମଧ୍ୟ ଏହି ଆଇସ ଫେସିଆଲ କରୁଥିବା ଭିଡିଓ ସେୟାର କରିଛନ୍ତି । ଏବଂ ଏହା ସେମାନଙ୍କ ଚେହେରାରେ ଏକ ଉଜ୍ଜ୍ୱଳତା ପ୍ରଦାନ କରୁଥିବା ଦର୍ଶାଉଛନ୍ତି । ତେବେ ଆସନ୍ତୁ ଜାଣିବା କିପରି ଆପଣ ଏହି ଆଇସ ଫେସିଆଲ ଘରେ କରିପାରିବେ ।

ଏହି ଆଇସ୍ ଫେସିଆଲ ପାଇଁ ଆପଣଙ୍କୁ ବରଫ କ୍ୟୁବ୍/ ଖଣ୍ଡ ଆବଶ୍ୟକ ଓ ଏକ ସୂତା କପଡା ଦରକାର । ପ୍ରଥମେ ମୁହଁକୁ ଭଲ ଭାବରେ ସଫା କରନ୍ତୁ । ଏହାପରେ ବରଫ ଖଣ୍ଡକୁ ଏକ ସୂତା କପଡ଼ାରେ ଗୁଡ଼ାଇ ସ୍କିନରେ ଧୀରେ ଧୀରେ ଲଗାନ୍ତୁ । ଆପଣ ଏହାକୁ ୫-୧୦ ମିନିଟ୍ ପର‌୍ୟ୍ୟନ୍ତ କରିପାରିବେ । କେବେ ବି ତ୍ବଚା ଉପରେ ସିଧାସଳଖ ବରଫ ପ୍ରୟୋଗ କରବେ ନାହିଁ ।
ଲାଭ
-ଆଇସ୍ ଫେସିଆଲରେ, ବରଫର ଥଣ୍ଡା ପ୍ରଭାବ ଯୋଗୁଁ ଚର୍ମର କୁଞ୍ଚନକୁ ହ୍ରାସ ପାଏ । ଏହା ଏକ ପ୍ରାକୃତିକ ଆଣ୍ଟି-ଏଜିଙ୍ଗ୍ ଭାବରେ କାମ କରିଥାଏ ।
-ପୋର୍ସକୁ ସଙ୍କୁଚିତ କରେ ଏବଂ ଚର୍ମର ମଇଳା ବାହାର କରିଥାଏ । ଫଳରେ ଚେହେରାକୁ ସଫା ରଖିବାରେ ସାହାଯ୍ୟ କରେ । ଏହାସହ ଆଇସ୍ ଫେସିଆଲ୍ ସ୍କିନରେ ରକ୍ତ ପ୍ରବାହକୁ ଉନ୍ନତ କରେ । ଯାହାଫଳରେ ଅମ୍ଳଜାନ ସ୍କିନ ଦ୍ୱାରା ସଠିକ୍ ଭାବରେ ଶୋଷିତ ହୁଏ । ଏହା ସ୍କିନକୁ ଏକ ପ୍ରାକୃତିକ ଚମକ ଦେଇଥାଏ ଓ ପ୍ରେସ ଲୁକ୍ ମିଳେ ।
-ସେହିପରି ଷ୍ଟ୍ରେସରେ ଅଛନ୍ତି କିମ୍ବା ଦୀର୍ଘ ଘଣ୍ଟା ଧରି କାମ କରୁଛନ୍ତି, ତେବେ ଆଇସ୍ ଫେସିଆଲ ଆପଣଙ୍କ ଥକ୍କାପଣକୁ ହ୍ରାସ କରେ ।
-ଆଇସ୍ ଫେସିଆଲ ସମୟରେ ବରଫ ସ୍କିନକୁ ଥଣ୍ଡା ରଖିଥାଏ । ବ୍ରଣ ସମସ୍ୟା ଥିଲେ ଏହା ବିଶେଷ ଲାଭ ମିଳେ ।

author

Related Articles

Leave a Reply

Your email address will not be published. Required fields are marked *