ବିନା ସାଂସଦ-ବିଧାୟକରେ ଉଦଘାଟନ ହେଲା ବଡ ପ୍ଲାଣ୍ଟ !

ବିନା ସାଂସଦ-ବିଧାୟକରେ ଉଦଘାଟନ ହେଲା ବଡ ପ୍ଲାଣ୍ଟ !

ନା ଥିଲେ ମନ୍ତ୍ରୀ ନା ସାଂସଦ ନା କୌଣସି ପ୍ରଶାସନିକ ଅଧିକାରୀ । ନିଜେ ନିଜେ ନଡିଆ ବାଡେଇ ଏକ ମେଗା ପ୍ଲାଣ୍ଟର ଉଦଘାଟନ କଲେ ସ୍ଥାନୀୟ ବାସିନ୍ଦା । ଆଉ ଏଭଳି ଅଭାବନୀୟ ଦୃଶ୍ୟ ଖୋଦ ରାଜଧାନୀରେ ଦେଖିବାକୁ ମିଳିଛି । ଭୁବନେଶ୍ୱର ସ୍ଥିତ ପଳାଶୁଣୀରେ ନିର୍ମାଣ ହୋଇଥିବା ଏମସିସି ଅଳିଆ ପ୍ଲାଣ୍ଟକୁ ଶହ ଶହ ସାଧାରଣ ଲୋକ ପଶି ନଡିଆ ବାଡେଇ ନିଜେ ମେସିନର ଶୁଭାରମ୍ଭ କରିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ।

ତେବେ ବିଏମସି ପକ୍ଷରୁ ସମସ୍ତ ଶୁଖିଲା ବର୍ଯ୍ୟବସ୍ତୁର ପ୍ରକ୍ରିୟାକରଣ ସହ ସହରବାସୀଙ୍କୁ ଆବର୍ଜନା ଜନିତ କଷ୍ଟରୁ ମୁକ୍ତି ଦେବାକୁ ପଳାଶୁଣୀ ଠାରେ ଏକ ବଡ ଶୁଖିଲା ଅଳିଆ ପ୍ରକ୍ରିୟାକରଣ ପ୍ରକଳ୍ପ ସ୍ଥାପନ ଆଠ ମାସ ତଳୁ ସମ୍ପୂଣ୍ଣ ହୋଇଛି । ଦୈନିକ ୧୫୦ ମେଟ୍ରିକ ଟନ୍ ଶୁଖିଲା ଅଳିଆ ସେଠାରେ ପ୍ରକ୍ରିୟାକରଣ ହୋଇପାରିବ । ଏଥିପାଇଁ ସମସ୍ତ ମେସିନ୍ ସ୍ଥାପନ ସହ ସମସ୍ତ ନିର୍ମାଣ କାଯ୍ୟ ସମ୍ପନ୍ନ ବି ହୋଇଛି । କିନ୍ତୁ ସରକାରଙ୍କ ଅବହେଳା କାରଣରୁ ଏହାକୁ ଉଦଘାଟନ କରାଯାଉନଥିଲା । ଫଳରେ ଅଳିଆ କଷ୍ଟରୁ ମୁକ୍ତି ପାଇବା ପାଇଁ ନିଜେ ନିଜେ ସ୍ଥାନୀୟ ବାସିନ୍ଦା ବିନା କୌ÷ଣସି ସୂଚନାରେ ପ୍ଲାଣ୍ଟ ଭିତରେ ପଶି ନଡିଆ ବାଡେଇ ଏହାକୁ ଉଦଘାଟନ କରିଥିବା ଦେଖିବାକୁ ମିଳିଛି । ଏହା ସହ ଲୋକଙ୍କ ସରକାରରେ ଲୋକଙ୍କ ଦ୍ୱାରା ଉଦଘାଟନ ହୋଇଥିବା ଏହି ପ୍ରକଳ୍ପକୁ ତୁରନ୍ତ କାଯ୍ୟକାରୀ କରିବାକୁ ଦାବି କରିଥିବା ଜଣାପଡିଛି ।

ଅନ୍ୟପଟେ ସରକାରକୁ ଆସିବାର ୨୪ ଘଣ୍ଟା ଭିତରେ ଏହି ପ୍ରକଳ୍ପ କାଯ୍ୟକାରୀ ହେବା ନେଇ ବିଜେପି ନେତାମାନେ ଯେଉଁ ଦୃଢୋକ୍ତି ପ୍ରକାଶ କରିିଥିଲେ ତାକୁ ନେଇ ମୋହନ ସରକାରକୁ ସ୍ଥାନୀୟ ବାସିନ୍ଦା କଡା ସମାଲୋଚନା କରିଥିବା ନଜର ଆସିଛନ୍ତି ।

ତେବେ ଏହି ଭଳି ଆହୁରି ଅନେକ ପ୍ରକଳ୍ପ , ଯୋଜନା ଏବଂ ପ୍ରତିଶ୍ରୁତି ବିଜେପି ବର୍ଷେ ହେବ ଅଧାପନ୍ତରିଆ କରି ପକାଇ ରଖିଛି । କିନ୍ତୁ ତଥାପି ରାଜ୍ୟରେ ସରକାରକୁ ଏକ ବର୍ଷ ପୂର୍ତ୍ତି ପାଳନ ଧୁମଧାମରେ କରିବାକୁ ପ୍ରସ୍ତୁତି କରିବା ସହ ରିପୋର୍ଟ କାର୍ଡ ବାଣ୍ଟିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଦେଖାଯାଉ ଏସବୁ ମିଛ ଏବଂ ସାଧାରଣ ଲୋକଙ୍କୁ ହନ୍ତସନ୍ତ କରିବାର ମୂଲ୍ୟ ସରକାରଙ୍କୁ କେତେ ଭାରି ପଡୁଛି ତାହା ତ ସମୟ କହିବ ।

author

Related Articles

Leave a Reply

Your email address will not be published. Required fields are marked *