
ଜଗନ୍ନାଥ ଭଜନକୁ ହ୍ୟୁମାନଙ୍କ ଅପମାନ!ପୁଣି ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଗୀତିକାର ରୁକୁ ସୁନା। ଦୁହିଁଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲେ ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ୱାଇଁ। ସୋସିଆଲ ମିଡିଆରେ ଭାଇରାଲ ଭିଡିଓକୁ ନେଇ ଏହି ଅଭିଯୋଗ ହୋଇଛି।କେବଳ ସେତିକି ନୁହେଁ ଦୁହେଁ ଜଗନ୍ନାଥ ଭଜନର ହସ, ମଜା କରି ଥଟ୍ଟା ପରିହାସ କରୁଥିବାର ବି ଦେଖିବାକୁ ମିଳୁଛି।
କେବଳ ଏହି ଦୁଇଜଣଙ୍କ ବିରୋଧରେ ନୁହେଁ, ଯେଉଁମାନେ ସବୁ ଏହି ଭିଡିଓରେ ଦେଖାଯାଉଛନ୍ତି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ୱାଇଁ।