ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ନେଇ ଏବେ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ମନମୋହନ ସାମଲଙ୍କ ସାଧୁତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୀର୍ଘ ବର୍ଷ ଧରି ଆଇନ ଜୀବୀଭାବେ କାଯ୍ୟ କରୁଥିବା ମନମୋହନ ସାମଲ କିପରି ରାଜନୀତିରେ ସକ୍ରିୟ ରହି କ୍ୟାବିନେଟ ମନ୍ତ୍ରୀ, ଏବଂ ସଭାପତି ପଦ ତୁଲାଇଲେ ତାକୁ ନେଇ ହଟଚମଟ ସୃଷ୍ଟି ହୋଇଛି । ଏବଂ ଏହାକୁ କେନ୍ଦ୍ର କରି ବିରୋଧୀ ବିଜେଡି ମଧ୍ୟ ମନମୋହନ ସାମଲଙ୍କ ମିଛ ସାର୍ଟିଫିକେଟକୁ ପଦାରେ ପକାଇ ବିଜେପିକୁ ତୀବ୍ର ସମାଲୋଚନା କରିଛି ।
ତେବେ ସୂଚନା ଅନୁସାରେ, କିଛି ଦିନ ତଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଷ୍ଟେଟ ବାର୍ କାଉନସିଲର ତରଫରୁ ୧୫ ଦିନିଆ ସୋକଜ୍ ନୋଟିସ ଜାରି କରାଯାଇଥିଲା । ମନମୋହନ ସାମଲ ବାର୍ କାଉନସିଲର ନିୟମ ଭଙ୍ଗ କରି ଉଭୟ ରାଜନୀତି ଏବଂ ଓକିଲାତିରେ ସକ୍ରିୟ ରହିଥିଲେ । ୧୯୯୬ ମସିହାରୁ ମନମୋହନ ସାମଲ ଅଦ୍ୟାବଧି ଆଇନ ଜୀବୀ ଭାବରେ କାର୍ଯ୍ୟରତ ଅଛନ୍ତି । ୨୦୦୪ ମସିହାରୁ ୨୦୦୮ ମସିହା ପର୍ଯ୍ୟନ୍ତ କ୍ୟାବିନେଟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଆସିଥିଲେ ମନମୋହନ । କିନ୍ତୁ ଏସବୁ ସେ ବାର୍ କାଉନସିଲରଙ୍କୁ ଜଣାଇନଥିବା ଅଭିଯୋଗ ହୋଇଛି । ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ହୋଇ ରହିବା ଦ୍ୱାରା ବାର୍ କାଉନସିଲର ଅଫିସ ଅଫ୍ ପ୍ରଫିଟ ନିୟମ ଭିତରକୁ ଆସୁଛନ୍ତି ମନମୋହନ । ଏହି ସମୟ ମଧ୍ୟରେ ସାମରିକ ଭାବେ ସେ ଆଇନଜୀବୀ ବୃତ୍ତିରୁ ଦୂରେଇ ରହିବା ପାଇଁ ବାର୍ କାଉନସିଲ ନିକଟରେ ଆଇନଜୀବୀ ଲାଇସେନ୍ସ ଦାଖଲ କରିବାର କଥା ଥିଲା । କିନ୍ତୁ ମନମୋହନ ସାମଲ ଏଭଳି କରିନଥିଲେ । ଏବଂ ଉଭୟ ବୃତ୍ତିରେ ସକ୍ରିୟ ରହିଥିଲେ । ଖାଲି ସେତିକି ନୁହେଁ ନିବାଚନୀ ସତ୍ୟପାଠରେ ମଧ୍ୟ ଏଭଳି ସାଙ୍ଘାତିକ ତଥ୍ୟ ମନମୋହନ ସାମଲ ଲୁଚାଇଥିଲେ । ଯାହା ଏବେ ସାମ୍ନାକୁ ଆସିଛି । ଏବଂ ଜଣେ ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ବାର୍ କାଉନସିଲ ମନମୋହନ ସାମଲଙ୍କୁ ୧୫ ଦିନିଆ ନୋଟିସ ଜାରି କରିଛନ୍ତି । ଯାହାକୁ ନେଇ ମନମୋନହଙ୍କ ସାଧୁତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅନ୍ୟପଟେ ଏହାକୁ କେନ୍ଦ୍ର କରି ରାଜ୍ୟ ବିଜେପି ସଭାପତି ଚୟନରେ ମୋଦି ବିଳମ୍ବ କରୁଥିବା ଚର୍ଚ୍ଚା ବଢିଲାଣି । ମୋଦି ନିଜ ଦଳୀୟ ନେତାଙ୍କ ସମ୍ପର୍କରେ ଖାସକରି ଜଣେ ରାଜ୍ୟ ବିଜେପି ସଭାପତିଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ରଖୁଥିବେ ବୋଲି ସେଥିରେ ସନ୍ଦେହ ନାହିଁ । ତେଣୁ ଏପରି କିଛି ଆଶଙ୍କା କରି ମୋଦି ରାଜ୍ୟ ସଭାପତି ଚୟନରେ ବିଳମ୍ବ କରିଥିବା ଆଶଙ୍କା ବଢିଲାଣି । ତେବେ ଦେଖାଯାଉ ଆଗକୁ ମନମୋହନ ସାମଲଙ୍କ କ୍ୟାରିୟରରେ କିଛି ପରିବର୍ତନ ଆସୁଛି ନା ନାହିଁ ଏବଂ ମୋଦି କିଛି ଆକ୍ସନ ନେଉଛନ୍ତି କି ତା ଉପରେ ରହିଛି ସମସ୍ତଙ୍କ ନଜର ।