ବିବାଦ କାଠଗଡାରେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । ଜୟରାମ ନିଜ ପୂର୍ବ ଡ୍ରାଇଭରଙ୍କ ଠାରୁ ୮୬ ଲକ୍ଷ ଟଙ୍କା ଠକିବା ସହ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଘଟଣାରେ ତାଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ । କୋରାପୁଟ ଏସପି ଓ ପଟାଙ୍ଗୀ ଥାନା ଅଧିକାରୀଙ୍କୁ ଜୟରାମ ପାଙ୍ଗୀଙ୍କୁ ଗିରଫ ଲାଗି ନିର୍ଦ୍ଦେଶ ହୋଇଛି । ଅଭିଯୋଗ ଅନୁଯାୟୀ, ଜୟରାମ ପାଙ୍ଗୀ ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ଡିପୋ ପାଇଁ ଗୋପାଳକୃଷ୍ଣ ଜେନା ବା ଗୋପାଳଙ୍କଠାରୁ ୮୭ ଲକ୍ଷ ଟଙ୍କା ଧାର ନେଇଥିଲେ । ପ୍ରଥମେ ୩୩ ଲକ୍ଷ ପାଇବାର କିଛି ଦିନ ପରେ ଜୟରାମ ସୁଧ ବାବଦକୁ ୧ ଲକ୍ଷ ଟଙ୍କା ଗୋପାଳକୁ ଶୁଝିଥିଲେ କ୍ଷ ହେଲେ ପରେ ଟଙ୍କା ନ ମିଳିବାରୁ ଗୋପାଳ ନୟାଗଡ଼ ଉପଖଣ୍ଡ ଦୌରାଜଜଙ୍କ କୋର୍ଟର ଆଶ୍ରୟ ନେଇଥିଲେ । ଏହି ମାମଲାରେ ଜୟରାମ ପାଙ୍ଗୀ କୋର୍ଟରୁ ଜାମିନରେ ଆସିଥିଲେ କ୍ଷ ପରେ ନୟାଗଡ଼ କୋର୍ଟରେ ହାଜର ହେବାକୁ ସେତେବେଳେ ପଟାଙ୍ଗୀ କୋର୍ଟ ପାଙ୍ଗୀଙ୍କୁ ନିର୍ଦ୍ଦେଶ ଦେଇଥିଲେ କ୍ଷ ହେଲେ ଜୟରାମ ପାଙ୍ଗୀ ହାଜର ହୋଇନଥିଲେ । ତେଣୁ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ହୋଇଥିଲା ।

You can share this post!
author