ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ ଅନୁଭବ ମହାନ୍ତି . ଝିଅ ବି ଠିକ କରିସାରିଛନ୍ତି . ଜାଗୃତି କହିଲେ ଅନୁଭବ ଜଣେ ଭଲ ମଣିଷ . ଅନୁଭବ ଜାଗୃତିଙ୍କ ସାକ୍ଷାତକାରକୁ ନେଇ ଜୋର ଚର୍ଚ୍ଚା . ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ଅଭିନେତ୍ରୀ ବର୍ଷାଙ୍କ ଡିଭୋର୍ସ ହେବା ପରେ ଏବେ ସେ କାହାକୁ ବିବାହ କରିବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି . ତେବେ ଏହାରି ଭିତରେ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଅନୁଭବ ଜାଗୃତିଙ୍କ ସାକ୍ଷାତକାର . ଯେଉଁଥିରେ ସେମାନେ ଏପରି କିଛି କଥା କହିଛନ୍ତି ଯାହାକୁ ନେଇ ଅନୁଭବଙ୍କ ଫ୍ୟାନ୍ସମାନେ ଅନେକ କଳ୍ପନା ଜଳ୍ପନା କରୁଛନ୍ତି .ତେବେ ନିକଟରେ ଏକ ସାକ୍ଷାତକାରରେ ଅଭିନେତା ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଲା ନିଜ ନିଜର ବିବାହକୁ ନେଇ ଆଲୋଚନା କରୁଥିବା ବେଳେ ଏହି ସମୟର କିଛି ଭିଡ଼ିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି . ଯାହାକୁ ଶୁଣିବା ପରେ ଅନୁଭବଙ୍କ ଫ୍ୟାନ୍ସ ମାନେ ଖୁବ ଶ୍ରୀଘ୍ର ଅଭିନେତା ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଆଶା ବାନ୍ଧିଛନ୍ତି .
ତେବେ ଏହି କଥା ଶୁଣିବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ସତରେ କଣ ଜଗୃତିଙ୍କୁ ବିବାହ କରିବେ ଅନୁଭବ ? ବର୍ଷାଙ୍କ ସହ ଡିଭୋର୍ସ ପରେ ଜାଗୃତିଙ୍କୁ କରିବେ ବିବାହ . ଡିଜିଟାଲ ଜକି ମାନଙ୍କ ଏକ ଚ୍ୟାନେଲର ପୋଡକାଷ୍ଟରେ ଅତିଥି ହୋଇଥିଲେ ଅନୁଭବ ,ଜାଗୃତି . ଏଠାରେ ଉପସ୍ଥାପକ ଜଣକ ପଚାରିଥିଲେ ଯଦି ଅନୁଭବ ହଁ କରିବେ ତାହା ହେଲେ କଣ ଜାଗୃତି ତାଙ୍କୁ ବିବାହ କରିବାକୁ ରାଜି ହେବେ . ଏହି ପ୍ରଶ୍ନ ରେ ଜାଗୃତି ସିଧା ସିଧା କିଛି କହିନଥିଲେ ବି . ସେ କହିଥିଲେ ଉତର ସଗୁନକା ଲିଫାଫା . ଏହା ସହିତ ଜାଗୃତି କହିଥିଲେ ଅନୁଭବ ଓ ତାଙ୍କର ବିବାହକୁ ନେଇ ଭୋଟିଙ୍ଗ କରିବାକୁ ପ୍ରସ୍ତାବ ଦେଇଛନ୍ତି . ତାଙ୍କର ଦେଇଥିବା ଉତର ଏବେ ଚର୍ଚ୍ଚାରେ . ଯାହାର ଭିଡ଼ିଓ ଏବେ ସୋସିଆଲ ମଡ଼ିଆରେ ଭାଇରାଲ ହେବାରେ ଲାଗିଛି .ତେବେ ବିଗତ ଦିନରେ ଅନୁଭବ ବର୍ଷାଙ୍କ ପରିବାରିକ ବିବାଦକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ହୋଇଥିଲା . ଯେଉଁ୍ଥିରେ ଜାଗୃତିଙ୍କ ନାଁ ମଧ୍ୟ ଯୋଡ଼ି ହୋଇଥିବା ନଜରକୁ ଆସିଥିଲା . ଏବେ ତ ବର୍ଷା ଅନୁଭବଙ୍କ ଡିଭୋର୍ସ ପରେ ଦେଖିବାକୁ ବାକି ରହିଲା ଅନୁଭବ ,ଜାଗୃତି ବିବାହ କରୁଛନ୍ତି କି ନାହିଁ ?