ବିମାନ ପରେ ହୋଟେଲକୁ ବୋମା ଧମକ…

ବିମାନ ପରେ ହୋଟେଲକୁ ବୋମା ଧମକ…

ନିକଟରେ 85ଟି ବିମାନକୁ ବୋମା ଧମକ ମିଳିଥିବା ପରେ ଏବେ ପଡିଛି ହୋଟେଲ ପାଳି । ବିମାନ ପରେ ଏବେ ହୋଟେଲକୁ ବୋମା ଧମକ ମିଳିଛି । ଗୁଜିରାଟର ଏକ ଫାଇଭ ଷ୍ଟାର ହୋଟେଲ ସମେତ ମୋଟ 10ଟି ହୋଟେଲକୁ ବୋମା ବିସ୍ପୋରଣ ନେଇ ବୋମା ଧମକ ଆସିଛି । ବିମାନ ବନ୍ଦରକୁ ଯେପିରି ବୋମା ଧମକ ମିଳିଥିଲା ବର୍ତ୍ତମାନ ହୋଟେଲ ଗୁଡିକୁ ମଧ୍ୟ ସେପରି ଧମକ ଦିଆଯାଇଛି । ଇମେଲ ଯୋଗେ ଏହି ଧମକ ମିଳିଛି । ଇମ୍ପେରିଆଲ ପ୍ୟାଲେସ୍‌, ସାୟାଜି ହୋଟେଲ୍‌, ସିଜନ୍ସ ହୋଟେଲ ଏବଂ ଗ୍ରାଣ୍ଡ୍‌ ରିଜେନ୍ସି ହୋଟେଲକୁ ଟାର୍ଗେଟ୍‌ କରାଯାଇଛି । ଇମେଲ୍‌ ଦ୍ୱାରା ବୋମା ବିସ୍ଫୋରଣ ହେବା ନେଇ ଯେଉଁ ଧମକ ଦିଆଯାଇଛି ସେଥିରେ ଲେଖାଯାଇଛି, ମୁଁ ହୋଟେଲର ପ୍ରତି ସ୍ଥାନରେ ବୋମା ଖଞ୍ଜିଛି । କିଛି ସମୟ ମଧ୍ୟରେ ବିସ୍ଫୋରଣ ହେବ ଏବଂ ଅନେକ ନିରୀହଙ୍କ ଜୀବନ ଯିବ । ଖୁବଶୀଘ୍ର ହୋଟେଲ୍‌ ଖାଲି କର । ତେବେ ଏପରି ଧମକ ମିଳିବା ପରେ ରାଜକୋଟ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଟାର୍ଗେଟ୍‌ କରାଯାଇଥିବା ହୋଟେଲ ଗୁଡ଼ିକରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଯାଇଛି । ସେହିପରି ଆନ୍ଧ୍ରପ୍ରଦେଶର ତିରୁପତିରେ ମଧ୍ୟ ୩ଟି ପ୍ରମୁଖ ହୋଟେଲକୁ ବୋମା ଧମକ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *