ବିରାଟଙ୍କ ବଡ ଘୋଷଣା…

ବିରାଟଙ୍କ ବଡ ଘୋଷଣା…

ବଡ ଘୋଷଣା କଲେ କ୍ରିକେଟର ବିରାଟ କୋହଲି । ଟି ଟ୍ୱେଣ୍ଟି ପରେ ଏବେ ଟେଷ୍ଟ କ୍ରିକେଟରୁ ବି ସନ୍ୟାସ ନେଲେ ବିରାଟ । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି କିଙ୍ଗ କୋହଲି । ତେବେ ବିରାଟଙ୍କ ଟେଷ୍ଟ ଡେବ୍ୟୁ ଜୁନ୍ ୨୦୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ କିଙ୍ଗସଟନରେ ହୋଇଥିଲା । ସେହିପରି ଶେଷ ଟେଷ୍ଟ୍ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଖେଳାଯାଇଥିଲା । ଯାହା ୨୦୨୫ ଜାନୁଆରୀ ମାସରେ ଖେଳାଯାଇଥିଲା । ତେବେ ଟେଷ୍ଟରେ ୧୨୩ ମ୍ୟାଚ୍ ଖେଳି ୯୨୩୦ ରନ୍ କରିଛନ୍ତି ବିରାଟ । ଆଉ ଏବେ ୧୪ ବର୍ଷର ଟେଷ୍ଟ କ୍ୟାରିୟରକୁ ବାଏ ବାଏ କହିଛନ୍ତି କିଙ୍ଗ୍ କୋହଲି । ତେବେରୋହିତ ଶର୍ମାଙ୍କ ପରେ ପରେ ବିରାଟ ଏହି ଅବସର ଘୋଷଣା କରିଛନ୍ତି । ଆଉ ଏ ଖବର ଶୁଣିବା ପରେ ବିରାଟଙ୍କ ପ୍ରଶଂସକଙ୍କ ମହଲରେ ଦୁଖର ଛାୟା ଖେଳାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *