ବିଶ୍ୱକପ ଉଦଘାଟନ ମ୍ୟାଚ ଜିତିଲା ନ୍ୟୁଜିଲାଣ୍ଡ

ବିଶ୍ୱକପ ଉଦଘାଟନ ମ୍ୟାଚ ଜିତିଲା ନ୍ୟୁଜିଲାଣ୍ଡ

ଦିନିକିଆ ବିଶ୍ୱକପର ଉଦଘାଟନୀ ମ୍ୟାଚ ଜିତିଲା ନ୍ୟୁଜିଲାଣ୍ଡ ଦଳ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ଇଂଲଣ୍ଡକୁ ୯ ୱିକେଟରେ ହରାଇଛି କିୱି ଦଳ । ଇଂଲଣ୍ଡ ଦ୍ୱାରା ଧାର‌୍ୟ୍ୟ ୨୮୩ ରନର ବିଜୟଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ସହଜରେ ହାସଲ କରିନେଇଛି ।ଡେଭନ୍ କନୱେ ଓ ରଚିନ୍ ରବୀନ୍ଦ୍ରଙ୍କ ଅପରାଜିତ ଶତକ ବଳରେ ଦଳ ମାତ୍ର ୩୬ ଦଶମିକ ୨ ଓଭରରେ ୧ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଛି । ୧୦ ରନରେ ପ୍ରଥମ ୱିକେଟ୍ ହରାଇଥିଲା ନ୍ୟୁଜିଲାଣ୍ଡ । ତେବେ ଦ୍ୱିତୀୟ ୱିକେଟ୍ ପାଇଁ ଦ୍ୱିଶତକୀୟ ପାର୍ଟନରଶିପ୍ କରିଥିଲେ ଓପନିଂ ବ୍ୟାଟସମ୍ୟାନ କନୱେ ଓ ରବୀନ୍ଦ୍ର । କନୱେ ୧୨୧ ବଲର ସାମ୍ନା କରି ୧୯ ଚୌକା ଓ ୩ ଛକା ସହାୟତାରେ କରିଥିଲେ ୧୫୨ ରନ୍ ।ସେହିପରି ରବୀନ୍ଦ୍ର ୯୬ ବଲରେ ୧୧ ଚୌକା ଓ ୫ ଛକା ମାରି ୧୨୩ ରନର ଇନିଂସ୍ ଖେଳିଛନ୍ତି । ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ୭୭ ରନ୍ କରିଥିଲେ । ଅଧିନାୟକ ଜୋସ ବଟଲର ୪୩ ରନ୍, ହ୍ୟାରୀ ବ୍ରୁକ୍ସ ୨୫ ଏବଂ ଲିଆମ୍ ଲିଭିଙ୍ଗଷ୍ଟୋନ୍ ୨୦ ରନ୍ କରିଥିଲେ । ନ୍ୟୁଜିଲ୍ୟାଣ୍ଡର ମ୍ୟାଟ୍ ହେନରୀ ୩ଟି ୱିକେଟ୍ ନେଇଥିବା ବେଳେ ମିଚେଲ ସାଂଟନର୍ ଏବଂ ଗ୍ଲେନ୍ ଫିଲିପ୍ସ ୨ଟି ଲେଖାଏଁ ୱିକେଟ ନେଇଛନ୍ତି । ରବୀନ୍ଦ୍ର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଶୁକ୍ରବାର ଦ୍ୱିତୀୟ ମ୍ୟାଚରେ ନେଦରଲ୍ୟାଣ୍ଡକୁ ଭେଟିବ ପାକିସ୍ତାନ ।

author

Related Articles

Leave a Reply

Your email address will not be published. Required fields are marked *