ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ମଧ୍ୟରେ ଏମ.ଓ.ୟୁ ସ୍ୱାକ୍ଷରିତ

ବିଶ୍ୱବିଦ୍ୟାଳୟ ଓ  ମହାବିଦ୍ୟାଳୟ ମଧ୍ୟରେ ଏମ.ଓ.ୟୁ ସ୍ୱାକ୍ଷରିତ

ଭୁବନେଶ୍ଵର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ଓ ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ହିଲ୍ ଟପ୍ ସ୍ନାତକ ମହାବିଦ୍ୟାଳୟ ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଯାଇଛି | କିଟ୍ ବିଶ୍ୱବିଦ୍ୟାଳୟ ପରିସରସ୍ଥ ସଭାକକ୍ଷରେ କୁଳପତି ପ୍ରଫେସର ଶରଣଜିତ୍ ସିଂ ଓ ହିଲ୍ ଟପ୍ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିଙ୍କ ମଧ୍ୟରେ ହୋଇଥିବା ଏହି ଏମଓୟୁରେ ପରସ୍ପର ମଧ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦ ଓ ନାକ୍ ମାନ୍ୟତା ସମ୍ପର୍କିତ ବିଷୟ ବସ୍ତୁକୁ ନେଇ ପରସ୍ପର ମଧ୍ୟରେ ସହଯୋଗ ଅତୁଟ ରଖିବା ପାଇଁ ନିଷ୍ପତି ହୋଇଥିଲା | ଏହି କାର୍ଯ୍ୟକ୍ରମରେ କିଟର ଉପ କୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ, କୁଳ ସଚ଼ିବ ଜ୍ଞାନରଞ୍ଜନ ମହାନ୍ତିଙ୍କ ସମେତ ସମସ୍ତ ବିଭାଗର ନିର୍ଦ୍ଦେଶକ ଓ ହିଲ୍ ଟପ୍ ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ଜଗନ୍ନାଥ ପଣ୍ଡା, ଡକ୍ଟର ପଣବାନନ୍ଦ ପାଟୁସୀ ଓ ମନୋରଞ୍ଜନ ପାଣିଗ୍ରାହୀ ଏମଓୟୁ ସ୍ଵାକ୍ଷରିତ ବେଳେ ଉପସ୍ଥିତ ଥିଲେ।

author

Related Articles

Leave a Reply

Your email address will not be published. Required fields are marked *