
ବିଶ୍ୱରେ ଶକ୍ତିଶାଳୀ ମହିଳାଙ୍କ ତାଲିକା ଜାରି କରାଯାଇଛି । ଏହି ତାଲିକା ପ୍ରକାଶ କରିଛନ୍ତି ଫୋବର୍ସ । ତେବେ ଏହି ତାଲିକାରେ ସାମିଲ ଅଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀଙ୍କ ସହ ସାମିଲ ଅଛନ୍ତି ଅନ୍ୟ ତିନି ଜଣ ମହିଳା । ଯେଉଁ ମାନେ ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି । ଏହି ତାଲିକାରେ ୩୨ ତମ ସ୍ଥାନରେ ରହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୧୦୦ ଜଣଙ୍କ ମଧ୍ୟରୁ ସେ ୩୨ ରାଙ୍କରେ ରହିଛନ୍ତି । ନିର୍ମଳା ସୀତାରମଣ ୨୦୧୯ ମସିହାରୁ ଦେଶର ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ଓ କର୍ପୋରେଟ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଛନ୍ତି । ଅର୍ଥମନ୍ତ୍ରୀଙ୍କ ସମେତ ଯେଉଁ ଅନ୍ୟ ୩ ଜଣ ମହିଳା ସାମିଲ ହୋଇଛନ୍ତି ସେମାନେ ହେଲେ ଷ୍ଟିଲ ଅଥରେଟି ଅଫ୍ ଇଣ୍ଡିଆର ଚେୟରପର୍ସନ ସୋମା ମଣ୍ଡଳ, ବାଇକନର ପ୍ରତିଷ୍ଠାତା କିରଣ ମଜୁମଦାର ଓ ଏଚସିଏଲ କ୍ରପର ମୁଖ୍ୟ ରୋଶନୀ ନାଦର ମାଲହୋତ୍ରା ।ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳା ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ୟୁରୋପୀୟ ଆୟୋଗର ସଭାପତି ଓର୍ସୁଲା ବନ୍ ଡେର ଲେୟେନ, ଦ୍ୱିତୀୟ ସ୍ଥାନରେ ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କର ଅଧ୍ୟକ୍ଷ କ୍ରିଷ୍ଟିନ ଲାଗାରଡେ, ତୃତୀୟ ସ୍ଥାନରେ ରହିଛନ୍ତି ଆମେରିକାର ଉପ ରାଷ୍ଟ୍ରପତି କମଲା ହେରିସ୍ ।