ବିଷାକ୍ତ ଫଳ ଖାଇ ୧୧ ଜଣ ଶିଶୁ ଅସୁସ୍ଥ। ମାଲକାନଗିରି ଝରାପାଲି ପଂଚାୟତ ତେଲିମେଟା ଗାଁରେ ଏଭଳି ଅଘଟଣ ଘଟିଛି । ବିଦ୍ୟାଳୟ ଛୁଟି ହେବା ପରେ ପିଲାମାନେ ଘରକୁ ଆସି ଗାଁ ଖେଳ ପଡିଆରେ ଖେଳୁଥିଲେ | ଖେଳୁଥିବା ସମୟରେ ଅଜଣା ଫଳ ଖାଇଥିଲେ ପିଲାମାନେ । ଏହାପରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ୧୧ ଜଣ ଶିଶୁଙ୍କୁ ମାଲକାନଗିରି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଆକ୍ରାନ୍ତଙ୍କ ଭିତରେ ୪ ପୁଅ ଓ ୭ ଝିଅ ରହିଛନ୍ତି । ସମସ୍ତଙ୍କ ବୟସ ୫ରୁ ୬ ବର୍ଷ ଭିତରେ ଜଣାପଡିଛି । ଗୁରୁତର ଅବସ୍ଥାରେ ପରିବାର ଲୋକେ ଗତକାଲି ରାତିରେ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ | ୧୧ଜଣଙ୍କ ମଧ୍ୟରୁ ୨ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି । ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଥିବା ଜଣା ପଡିଛି | ତେବେ ପିଲାମାନେ ଜଡା ଫଳ ଖାଇଥିବା ଗ୍ରାମବାସୀ ଅନୁମାନ କରିଛନ୍ତି ।

You can share this post!
author