ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ବଡ ବିଜୟ ପରେ ଏବେ ବିଜେପି ଫୋକସରେ ବିହାର । ଆଉ ମାତ୍ର କିଛି ମାସ ପରେ ବିହାରରେ ନିର୍ବାଚନ ହେବାକୁ ଯାଉଛି । ତେବେ ଯଦି ଆମେ ଦେଖିବା ଦିଲ୍ଲୀରେ ବିଜେପିର ବିଜୟ ପରେ ବିହାର ଉପରେ ଆଖି ପକାଇଛି ବିଜେପି । ଅନ୍ୟପଟେ ବିହାରର ଅନ୍ୟ ତିନି ରାଜନୈତିକ ଦଳ ଜେଡିୟୁ,ଆରଜେଡି ଓ କଂଗ୍ରେସ ମଧ୍ୟ ବିହାର ନିର୍ବାଚନ ପାଇଁ ଏବେଠାରୁ ଅଙ୍କ କଶିବା ଆରମ୍ଭ କରିଦେଲେଣି । କାହାର ପଲ୍ଲା ଭାରି ରହିବ କିଏ ଚଳିତ ନିର୍ବାଚନରେ ବିହାର ଦଖଲ କରିବ ସେ ନେଇ ଏବେଠାରୁ ହିଁ ମାନସମନ୍ଥନ ଆରମ୍ଭ ହୋଇଗଲାଣି ।
ତେବେ ବର୍ତ୍ତମାନ ସମୟରେ ଏହି ଚର୍ଚ୍ଚା ଏଥିପାଇଁ ଜୋର ଧରିଛି ଯେ ଯେତେବେଳେ ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶପଥ ଗ୍ରହଣ କରିଥିଲେ ସେଠାକୁ ଯେତିକି ବିଜେପି ରାଜ୍ୟ ରହିଛି ଶାସିତ ଯଦ କହିବା ଏନଡିଏ ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ସେମାନେ ଉପସ୍ଥିତ ରହିଥିଲେ । ଏମିତିକି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂ ଦେଓ ଓ ପ୍ରଭାତୀ ପରିଡା ମଧ୍ୟ ଉପସ୍ଥିତ ରହିଥିଲେ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନିମନ୍ତ୍ରଣ ମିଳିଥିବା ସତ୍ତ୍ୱେ ସେ ସେଠାକୁ ଆସିନଥିଲେ । ଶପଥ ସମାରୋହରେ ତାଙ୍କର ଅନୁପସ୍ଥିତି ବର୍ତ୍ତମାନର ଚର୍ଚ୍ଚାକୁ ବଢାଇ ଦେଇଛି । କେବଳ ଏତିକି ନୁହେଁ ଯଦି ଆମେ ଦେଖିବା ଆରଜେଡିର ବିଧାୟକ ଯେ ରହିଛନ୍ତି ବିରେନ୍ଦ୍ର ସିଂ ତାଙ୍କର ଏକ ମନ୍ତବ୍ୟ ଏବେ ବିହାର ରାଜନୀତିରେ ହଇଚଇ ସୃଷ୍ଟି କରିଛି । ସେ କହିଛନ୍ତି ଯେ ନୀତିଶ କୁମାର କାହିଁକି ବିଜେପିର ଶପଥ ଗ୍ରହଣ ସମାରୋହକୁ ଯିବେ ସେ ଆଗକୁ ଆରଜେଡିରେ ମିଶି ନିର୍ବାଚନ ଲଢିବେ । ଏକଥାକୁ ଆମେ ନଜର ଅନ୍ଦାଜ ବି କରିପାରିବା ନାହିଁ କାହିଁକିନା ବିଜେପି ସହିତ ମିଶି ସରକାର କରିଥିବା ଜେଡିୟୁ କେତେବେଳି ବି ପଲଟି ଯାଇପାରେ । ନୀତିଶ କୁମାରଙ୍କର ଯାହା ନାଁ ରହିଛି ଯେ ପଲଟୁ ରାମ ସେ କୌଣସି ମୁହୁର୍ତ୍ତରେ ବି କେଉଁ ଦଳରେ ସାମିଲ ହୋଇପାରନ୍ତି । ତେବେ ଏ ସବୁ ଭିତରେ କଂଗ୍ରେସ ମଧ୍ୟ ପଛରେ ପଡିଯାଇନି । ବିହାରରେ ଏକାକୀ ଲଢିବା ପାଇଁ କଂଗ୍ରେସ ନିଷ୍ପତ୍ତି ନିଆଯାଇଥିବା ଯାହା କୁହାଯାଉଛି । କଂଗ୍ରେସର ଅଧକ୍ଷ ଯିଏ ରହିଛନ୍ତି ସେ କହିଛନ୍ତି କି ଚଳିତ ଥର କଂଗ୍ରେସ କିପରି ଏକାକୀ ଲଢି ଗତ ଥର ଯଦିଓ 17 ଆସନ ଜିତିଥିଲା ଚଳିତ ଥର 45 ରୁ 50 ଆସନ ଜିତିବା ଲକ୍ଷ୍ୟରେ ରହିଛି ।
ତେବେ ଯଦି ଆମେ ବିହାରର ବିଧାନସଭା ଆସନ ଉପରେ ନଜର ପକାଇବା ମୋଟ ସିଟ୍ ସଂଖ୍ୟା ରହିଛି 243 ଏବଂ ମ୍ୟାଜିକ ନମ୍ୱର ରହିଛି 122 ବିଜେପି 84 ଆସନରେ ଅଛି ଜେଡିୟୁ 48 ଆସନରେ ଅଛି ଆରଜେଡି 72 ଓ କଂଗ୍ରେସ ପାଖରେ 17 ଟି ଆସନ ଅଛି । ତେବେ ବିଜେପି ସହିତ ହାତ ମିଶାଇ ଜେଡିୟୁ 138 ଆସନ ସହିତ ସରକାରରେ ରହିଛି । ତେବେ ଯଦି ଆଗାମୀ ନିର୍ବାଚନରେ ବିଜେପି 84 ଆସନରୁ ଆଗକୁ ଯାଇ ବିଜେପି 122 ଆସନ ପାର କଲା ତେବେ ବିଜେପି ଏକାକୀ ସରକାର ଗଢିପାରେ । ଯଦି ଆରଜେଡି କଂଗ୍ରସେର ହାତ ଛାଡି ଜେଡିୟୁ ସହିତ ଗଠବନ୍ଧନ ହୁଏ ଦୁହେଁ ମିଶିକି ମଧ୍ୟ ସରକାର ଗଢିପାରନ୍ତି । ତେବେ ବିହାର ରାଜନୀତିରେ କଣ ପଟ ପରିବର୍ତ୍ତନ ହେବ କିଏ କାହା ସହିତ ଗଠବନ୍ଧନ କରିବ କେଉଁ ଦଳ ଏକାକୀ ଲଢିବ ତାହା ଉପରେ ବର୍ତ୍ତମାନ ସାରା ଦେଶର ନଜର ରହିଛି ।
ତେବେ ବିଜେପି ଫୋକସରେ ବିହାର ଆମେ ଏଥିପାଇଁ କହିପାରିବା ଚଳିତ ଥରର ବଜେଟରେ ବିହାର ବାସୀଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରିଛନ୍ତି । କାହିଁକିନା ବିଜେପି ବିହାରରେ 84ଟି ଆସନରେ ରହିଛି । ସେପଟେ ହରିୟାନା, ମହାରାଷ୍ଟ୍ର ଓ ଓଡିଶା ପରେ ଦିଲ୍ଲୀ ଗୋଟିଏ ଗୋଟିଏ ରାଜ୍ୟରେ ବିଜେପି ଏକାକୀ ସରକାର ଗଢିବା ପରେ ବିଜେପି କର୍ମୀଙ୍କ ମନୋବଳ ବଢିଛି ଆମେ ଏକ ପ୍ରକାର କହିପାରିବା । ହୁଏତ ଏ ଗଠବନ୍ଧନର ସରକାର ବିଜେପିକୁ ହଜମ ନହୋଇପାରେ । ତେବେ ବିହାର ପାଇଁ ବିଜେପିର ଏ ଯେଉଁ ଭିଜନ ରହିଛି ତାହା ସଷ୍ଟ ହେଉଛି । ତେବେ ଆଗକୁ ବିହାରର ମଙ୍ଗ ଧରିବା ପାଇଁ ବିଜେପି କେଉଁ ରଣନୀତି କରୁଛି ଏବଂ ବିହାର ରାଜନୀତିକୁ ନେଇ କଣ ନୂଆ ଅପଡେଟ ଆସୁଛି ତାହାର ଅପେକ୍ଷା ।