ଯାଜପୁର ଜିଲ୍ଲାର ବରୀ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ମଲ୍ଲିକଙ୍କ ତତ୍ୱାବଧାନରେ ବିଜେଡ଼ି ଦଳର ଏକ ବିରାଟ ସଭ୍ୟ ସଂଗ୍ରହ କର୍ମଶାଳା ବରୀ ନିବାସୀ କମ୍ଭିରିଆ ପାଳ ପଂଚାୟତର କଲ୍ୟାଣ ମଣ୍ଡପ ଠାରେ 500 ଶହରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି |ଉକ୍ତ କର୍ମଶାଳାରେ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ,ଗ୍ରାମରୁ ଆସିଥିବା ବିଜୁ ଜନତା ଦଳର ଆଗ ଧାଡ଼ିର ନେତା ଯୋଗ ଦେଇ କର୍ମଶାଳାଟିକୁ ପ୍ରଫୁଲିତ କରାଇ ବିଧାୟକଙ୍କ ମନକୁ ଖୁସି କରିଥିଲେ |ସାର ଓଡ଼ିଶାରେ ଯାଜପୁର ଜିଲ୍ଲାର ପ୍ରିୟ ବିଧାୟକ ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ମଲ୍ଲିକ ବିଜେଡ଼ି ଦଳର ସଭ୍ୟ ସଂଗ୍ରହରେ ଏକ ନମ୍ବର ସ୍ଥାନରେ ରହିବେ ବୋଲି ସାମ୍ବାଦିକଙ୍କୁ ମତ ଦେଇଥିଲେ |ସେ ମଧ୍ୟ କହିଥିଲେ ସେ ସବୁବେଳେ ଲୋକଙ୍କ ସେବା କରୁଥିବେ ଓ ଆଗକୁ କରିବେ ମଧ୍ୟ |ବରୀ ବାସୀ ତାଙ୍କୁତ ଏତେ ମାତ୍ରରେ ଭଲ ପାଆନ୍ତି ଆଗାମୀ ଦିନରେ ସମସ୍ତ ପ୍ରକାର ସହଯୋଗ କରିବାକୁ ଜନସାଧାରଣଙ୍କ ମତ ପ୍ରଦାନ କରିଥିଲେ |ଆଜି ସଭ୍ୟ ସଂଗ୍ରହ କର୍ମଶାଳାରେ ବିଶିଷ୍ଟ ବ୍ୟକ୍ତି ଗଣ ଚେୟାରମ୍ୟାନ ଅଶୋକ କୁମାର ଗେଡି,କୋ- ଅରଡିନେଟର ପୂର୍ବତନ ସରପଞ୍ଚ ବିଜୟ ସାହାଣୀ, ଦିଲ୍ଲୀପ ଭାଇ, ଗଣେଶ୍ୱର ବାବୁ, ବାବୁଲି ବାବୁ, ଭାଇସ ଚେୟାରମ୍ୟାନ ଅରୁଣ ବାବୁ, ସ୍ୱାଇଁ ଖଣ୍ଡ ଗ୍ରାମର ସରପଞ୍ଚ ଶଙ୍କର ସାର, ଅଶୋକ ସାମଲ ମହୋଦୟ ଯୋଗ ଦେଇ ସଭ୍ୟ ସଂଗ୍ରହ କର୍ମଶାଳାଟିକୁ ପ୍ରସ୍ଫୁଟି କରିପାରିଥିଲେ |

You can share this post!
author