ବୁଖାରୀକୁ ରିମାଣ୍ଡରେ ଆଣି ଜେରା କରୁଛି କ୍ରାଇମ ବ୍ରାଞ୍ଚ

କାଶ୍ମୀର ଆତଙ୍କବାଦୀର ଖୋଲୁଛି ଗୁମର । ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇଶାନ ବୁଖାରୀଏସଟିଫ୍ କାର୍ଯ୍ୟାଳୟରେ ହାଜର ହୋଇଛି । ବୁଖାରୀକୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରିବ ଏସଟିଏଫ । କେମିତି ଓ କେବେଠୁ ଆତଙ୍କୀ ଲିଙ୍କରେ ଆସିଲା? ଆଇଏଏସଆଇ ସହ ସମ୍ପର୍କ ଅଛି କି ନାହିଁ? ଓଡିଶାରେ ରହି କି ଷଡଯନ୍ତ୍ର କରୁଥିଲା ? ଓଡିଶାର କେଉଁ କେଉଁ ସ୍ଥାନକୁ ଯାଇଥିଲା? କିଛି ତଥ୍ୟ ଶତ୍ରୁପକ୍ଷକୁ ଯାଇଛି କି ? ଏଭଳି ଅନେକ ପ୍ରଶ୍ନ ପଚାରି ବୁଖାରୀର ସତ ଜାଣିବାକୁ ଉଦ୍ୟମ କରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ । ସେପଟେ ତଦନ୍ତ ପାଇଁ ଓଡିଶା ଆସିଛି କେନ୍ଦ୍ରୀୟ ଆଇବି ଟିମ୍ । ଆବଶ୍ୟକ ପଡିଲେ ଏନଆଇଏ, କାଶ୍ମୀର ପୁଲିସ ଓ ପଞ୍ଜାବ ପୁଲିସ ବି ଆସିପାରେ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ପାକିସ୍ତାନର ୨ ଜଣଙ୍କ ସହ ଯୋଗାଯୋଗରେ ଥିଲା ବୁଖାରୀ ।

author

Related Articles

Leave a Reply

Your email address will not be published. Required fields are marked *