ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି । ବୁଗୁଡ଼ା ବ୍ଲକ ରେ ୨୨୩ଟି ମତଦାନ କେନ୍ଦ୍ରରେ ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ଭୋଟର ମାନେ ଅତି ଉତ୍ସlହ ସହିତ ନିଜର ପ୍ରାର୍ଥୀ ଚୟନ କରିବାକୁ ଲମ୍ବା ଧାଡିରେ ଛିଡା ହୋଇ ରହିଥିବାବେଳେ ନୂତନ ଭୋଟର ମାନେ ମଧ୍ୟ ଆନନ୍ଦର ସହିତ ମତଦାନ କରିଛନ୍ତି । ପ୍ରଶାସନ ପକ୍ଷରୁ ପ୍ରତି ମତଦାନ କେନ୍ଦ୍ରରେ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବାର ଆୟୋଜନ କରାଯାଇଥିବାବେଳେ, ବୁଗୁଡ଼ା ପୋଲିସ ପକ୍ଷରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଦିଆଯାଇଛି। ଏଠାରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକର ଦେଖିବାକୁ ମିଳିଥିବାବେଳେ ଆସନ୍ତା ୪ ତାରିଖ ରେ ଜଣାପଡିବ ପୋଲସରାରେ କିଏ ପିନ୍ଧୁଛି ବିଜୟ ମୁକୁଟ ।

You can share this post!
author