ବୁଡିଗଲା ପାକ୍ ଭୟରେ ଥରହର ଶେହବାଜ୍

ବୁଡିଗଲା ପାକ୍ ଭୟରେ ଥରହର ଶେହବାଜ୍

ଭୟରେ ଥରୁଛି ପାକିସ୍ତାନ । ଶତ୍ରୁଦେଶକୁ ଧ୍ୱଂସ କରିବାକୁ ମୋଦି କରୁଛନ୍ତି ବଡ ଷଡଯନ୍ତ୍ର । ପହଲଗାଓରେ ନିରୀହ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ହେବା ପରେ ପ୍ରତିଶୋଧ ନିଆଁରେ ଜଳୁଛି ଭାରତ । 26 ଜଣ ନୀରିହ ପର୍ଯ୍ୟଟକଙ୍କ ମୃତ୍ୟୁ ପାକ୍ କୁ ଏବେ ମହଙ୍ଗା ପଡିଛି । କାଶ୍ମୀରରେ ରକ୍ତର ନଦୀ ବୁହାଇଥିବା ପାକ୍ ଏବେ ପାଣିରେ ବୁଡି ମରିବ । ହଁ ଦର୍ଶକବନ୍ଧୁ ପାଣି ଛାଡିଦେଲା ଭାରତ,ପାକିସ୍ତାନରେ ହେଲାଣି ବନ୍ୟା । ଝେଲମ ନଦୀ ପାଣି ଭାରତ ଛାଡିଦେବାକୁ ପାକିସ୍ତାନରେ ବନ୍ୟା ପରିସ୍ତିତି ସୃଷ୍ଟି ହୋଇଛି । ବିନା କୌଣସି ସୂଚନାରେ ଭାରତ ଜଳ ଛାଡିଦେଇଥିବା ନେଇ ପାକିସ୍ତାନ ଅଭିଯୋଗ କରିଛି । ପାକିସ୍ତାନର ମୁଜାଫରବାଦ ପର୍ଯ୍ୟନ୍ତ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଯାହାପରେ ମୁହଁ ଖୋଲିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଭାରତର ଗୋଟିଏ ପରେ ଗୋଟିଏ ବ୍ରହ୍ମାସ୍ତ୍ର ଦେଖିବା ପରେ ଏବେ ପାକ୍ ସେନାର ନିଦ ହଜିଯାଇଛି । ମୋଦିଙ୍କ ଭୟରେ ଥରହର ପାକିସ୍ତାନ ପ୍ରଧାନମନ୍ତ୍ରୀ । ମୁହଁରେ ତୁଣ୍ଡି ବାନ୍ଧି ବସିଥିବା ଶେହବାଜ ସାରିଫ ମୁହଁ ଖୋଲିଛନ୍ତି । ଆକ୍ରମଣର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ପାଇଁ ଦାବି କରିଛନ୍ତି ।

ଆହୁରି ମଧ୍ୟ କହିଛନ୍ତି ଯେ ଦେଶ ଯେକୌଣସି ଦୁଃସାହାସିକ କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛି । ସରିଫ କହିଛନ୍ତି କି ପାକିସ୍ଥାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନା କାଶ୍ମୀରକୁ ଦେଶର ଏକ ଅଙ୍ଗ ବୋଲି କହିଥିଲେ ଯାହା ଏବେ ବି ରହିଛି । ସେପଟେ ସିନ୍ଧୁ ଚୁକ୍ତିନାମାକୁ ସ୍ଥଗିତ ରଖିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ପାକିସ୍ତାନ ପ୍ରତି ଭାରତର ଯେ କୌଣସି ଷଡଯନ୍ତ୍ରକୁ ପୂର୍ଣ୍ଣଶକ୍ତି ସହ ପାକିସ୍ଥାନ ମୁକାବିଲା କରିବ । ସିନ୍ଧୁ ନଦୀ ହେଉଛି ପାକିସ୍ତାନର ଜୀବନରେଖା । କାହିଁକିନା ସିନ୍ଧୁ ନଦୀର ଅଶୀ ପ୍ରତିଶତ ଜଳ କୃଷି ପାଇଁ ଜଳ ଯୋଗାଇଥାଏ । ଆଉ ଏହା ବନ୍ଦ ହେବା ପରେ ପାକିସ୍ତାନର ଏବେ ମୁଣ୍ଡ କାମ କରୁନି । ପହଲଗାଓ ଆକ୍ରମଣ ଘଟଣାର ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ଉପରେ ଗୋଟାଏ ପରେ ଗୋଟାଏ ପ୍ରହାର କରିଚାଲିଛି ଭାରତ । ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ମୁହଁ ଖୋଲିବା ପରେ ଆଗାକୁ କେଉଁ ବିସ୍ପୋରଣ ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *