ବୁଡ ପକାଇବେ ମୁଖ୍ୟମନ୍ତ୍ରୀ…

ବୁଡ ପକାଇବେ ମୁଖ୍ୟମନ୍ତ୍ରୀ…

ମହାକୁମ୍ଭମେଳାରେ ବୁଡ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭର ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇବେ । ଏଥିପାଇଁ ଆଜିଠୁ ୩ ଦିିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଗତ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳାକୁ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି । ବଡ ବଡ ସେଲିବ୍ରିଟିଙ୍କ ସହ ଭାରତ ବିଦେଶରୁ ମଧ୍ୟ ବଡ ବଡ ବ୍ୟକ୍ତିତ୍ୱ ଆସି ମହାକୁମ୍ଭରେ ବୁଡା ପକାଇଛନ୍ତି । ବର୍ତମାନ ସୁଦ୍ଧା ଭକ୍ତଙ୍କ ସଂଖ୍ୟା ୬୦ କୋଟି ଅତିକ୍ରମ କରିଥିବା ସୂଚନା ରହିଛି । ଏବଂ ଆସନ୍ତା ମହାଶିବରାତ୍ରିରେ ଶେଷ ବୁଡ ରହିବା ନେଇ ସୂଚନା ମିଳିଛି । ଆଉ ଏହା ପୂର୍ବରୁ ହିଁ ମହାକୁମ୍ଭରେ ବୁଡ ପକାଇବା ପାଇଁଁ ମୁଖ୍ୟମନ୍ତ୍ରୀ ଉତ୍ତରପ୍ରଦେଶ ଗସ୍ତରେ ଯାଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *