ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ନିକଟରେ ଥିବା ଘାଟରୁ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ବେଳେ ହାଇଓ୍ବା ଜବତ କରିଛି ଆସିକା ପୋଲିସ । ବାଲି ବୋଝେଇ ଟ୍ରକ ଆସି ସୁନାମ୍ବ ସାହିରେ ଥିବା ଏକ ଘର ଭିତର କୁ ଗାଡି ଚଢିଯାଇଥିଲା । ଉକ୍ତ ସମୟରେ ଘରେ ରହୁଥିବା ମହିଳା ଜଣଙ୍କ ଘର ବାହାରେ ଥିଲେ । ଗାଡି ଚଢିବା ଜାଣିପାରି ମହିଳା ଜଣଙ୍କ ଘର ଭିତରକୁ ପଶି ଜୀବାରୁ ମହିଳା ଜଣଙ୍କ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ । ଘଟଣା ପରେ ମହିଳା ଜଣଙ୍କ ଚିତ୍କାର କରିବାରୁ ସାହି ବାସିନ୍ଦା ମାନେ ଏକାଠି ହୋଇ ଗାଡିକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳେ ଆସିକା ପୋଲିସ ପହଂଚି ଦୁଇଟି ଗାଡିକୁ ଜବତ କରିଥିବା ଜଣାପଡ଼ିଛି । ସୁନାମ୍ବ ସାହି ଦେଇ ପ୍ରତିଦିନ ରାତ୍ର ସମୟରେ ୫୦ ରୁ ୬୦ଟି ହାଇଓ୍ବା ଯାଉଥିବା ବେଳେ ଦିନ ତମାମ ଛଅ ରୁ ଆଠଟି ହାଇଓ୍ବା ଯାଉଅଛି । ଓ୍ବାର୍ଡ ମେମ୍ବର ଏବଂ ସାହି ବାସିନ୍ଦା ପକ୍ଷରୁ ଭଞ୍ଜନଗର ଉପଜିଲ୍ଲାପାଳ, ଆସିକା ତହସିଲଦାର, ଏନେସି କାର୍ଯ୍ୟନିର୍ବାହୀ ଅଧିକାରୀ, ଏବଂ ପୋଲିସକୁ ବାରାମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ କୌଣସି ନିଷ୍ପତ୍ତି ନେଉନାହନ୍ତି ବୋଲି ସାହି ବାସିନ୍ଦା, ଓ୍ବାର୍ଡ ମେମ୍ବର ଅଭିଯୋଗ ଆଣିଛନ୍ତି । ଅନ୍ୟ ପକ୍ଷରେ ଋଷିକୂଲ୍ୟା ନଦୀ, ବଡନଦୀ ପ୍ରଭାବିତ ହୋଇଥିବା ଜାଗା ଗୁଡିକରୁ ସ୍ଥାନୀୟ ତହସିଲଦାର, ସ୍ଥାନୀୟ ପୋଲିସ କୁ ବେଖାତିର କରି ବାଲି ମାଫିଆ ମାନେ ଦିନରାତି ବାଲିନେଉଥିବା ସାଧାରଣରେ ତିବ୍ର ଆଲୋଚନା ହେଉଅଛି ।
