ବେଆଇନ ବିଦେଶୀ ମଦ ଜବତ

ବେଆଇନ ବିଦେଶୀ ମଦ ଜବତ

ନକଲି ନକଲି ଏଠି ସବୁ ନକଲି। ଯେଉଁ ମଦକୁ ଆପଣ ବଜାରରୁ ସିଲ୍ ମରା ହୋଇଥିବା ଭାବି ଆଣୁଛନ୍ତି ପ୍ରକୃତରେ ସେ ସବୁ ଅପମିଶ୍ରିତ। ଲିଟର କି ଦୁଇ ଲିଟର ନୁହେଁ, ପ୍ରାୟ ୧୧ ଶହ ଲିଟର ବିଦେଶୀ ମଦ ଜବତ ହଇଛି। ଗଞ୍ଜାମ ଭଞ୍ଜନଗର ଅବକାରୀ ଥାନାକୁ ମିଳିଛି ବଡ ସଫଳତା।ଗାଙ୍ଗପୁର ଅଂଚଳର ଏକ ବନ୍ଦ ଘରୁ ବିଫୁଳ ପରିମାଣର ବିଦେଶୀ ମଦ ଜବତ ।ଦୁଇ ଅଭିଯୁକ୍ତ ଗିରଫ।ଏକ ବିଶେଷ ସୂତ୍ରରୁ ଖବର ପାଇ ଭଞ୍ଜନଗର ଅବକାରୀ ବିଭାଗ ଗାଙ୍ଗପୁର ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ମଦ ଦୋକାନ ଉପରେ ଚଢ଼ାଉ କରିଥିଲା। ଘଟଣା ସ୍ଥଳରୁ ବିଭିନ୍ନ ବ୍ରାଣ୍ଡର ଶହ ଶହ ଲିଟର ବିଦେଶୀ ମଦ, ୨୨ ଲିଟର ଅପମିଶ୍ରିତ ମଦ, ଖାଲି କାଚ ବୋତଲ,ଗୋଟିଏ ଫ୍ରିଜ, ତିନି ଲକ୍ଷ ଚାଲିଶି ହଜାର ଛଅ ଶହ ଟଙ୍କା ଜବତ କରିଛି। ତା ସହ ଦୁଇ ଜଣକୁ ଗିରଫ କରିଥିବା ବେଳେ ବିକ୍ରି କରୁଥିବା ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଅବକାରୀ ବିଭାଗ ସୂଚନା ଦେଇଛି।

author

Related Articles

Leave a Reply

Your email address will not be published. Required fields are marked *