ନୂଆପଡ଼ା ଜିଲ୍ଲା କୋମନା ଥାନା ଜଡ଼ାମୁଣ୍ଡା ପଞ୍ଚାୟତ ଠୋଙ୍ଗୋ ଗ୍ରାମରେ ଏକାଧିକ ବେଆଇନ ମଦ କୋଠିକୁ ଗ୍ରାମବାସୀ ଏକତ୍ରିତ ହୋଇ ଗତ ରାତିରେ ଜାଳି ଦେଇଛନ୍ତି। ଗ୍ରାମରେ ଅନେକ ଜାଗାରେ ବେଆଇନ ମଦ କୋଠି ଖୋଲି ମଦ ବିକ୍ରୀ କରୁଥିବାରୁ ଗାଁ ଲୋକେ ବିରୋଧ କରି ଠୋଙ୍ଗୋ ଗାଁରେ ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ କରିଥିଲେ । ହେଲେ ପ୍ରଶାସନ ତାଙ୍କ ଅଭିଯୋଗକୁ ଗୁରୁତ୍ଵ ଦେଇ ନଥିବାରୁ ଗତ ରାତିରେ ଗାଁର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଗାଁରେ ଥିବା ସମସ୍ତ ବେଆଇନ ମଦ କୋଠିକୁ ସମ୍ପୂର୍ଣ ଜାଳି ଦେଇଛନ୍ତି। ଆଗାମୀ ଦିନରେ ଯଦି ଗାଁରେ ପୁଣି ମଦ ବିକ୍ରି ହୁଏ ତାହାଲେ ରାଜ ରାସ୍ତାରେ ଓଲ୍ହାଇବୁ ବୋଲି କହିଛନ୍ତି ଉକ୍ତ ଗ୍ରାମ ବାସୀ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025