ଭିନ୍ନ ଢଙ୍ଗରେ ସରକାର ବିରୁଦ୍ଧରେ ପ୍ରତିବାଦର ରାସ୍ତା ଆପଣାଇଛନ୍ତି ବିଜେଡି ନେତା । ବେକରେ ପିଆଜ-ଆଳୁ ମାଳା ପକାଇ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କଲେ ମନ୍ମଥ । ହଁ ଆଜ୍ଞା, ଥରେ ଦେଖନ୍ତୁ ମନ୍ମଥଙ୍କ ଏହି ଭାଇରାଲ ଭିଡିଓକୁ । କିପରି ଦରଦାମ ବୃଦ୍ଧିକୁ ହେୟଜ୍ଞାନ କରୁଥିବା ବିଜେପି ସରକାରକୁ ଜଣାଇବା ପାଇଁ ବିଜେଡି ନେତାମାନେ ବେକରେ ଆଳୁ-ପିଆଜ ର ମାଳା ପକାଇ ରାସ୍ତାରେ ବସିଥିଲେ । ଏବଂ କିପରି ଡବଲ ଇଞ୍ଜିନ ସରକାରରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଦରଦାମ ସବୁ ଡବଲ ରେଟରେ ବିକ୍ରି କରାଯାଉଛି ସେନେଇ ଅଭିଯୋଗ କରିଥିଲେ ।
ତେବେ ଜାନୁଆରୀ ୬ ତାରିଖରେ ବିଜେଡି ଦରଦାମ ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲା । ବିଜେପି ସରକାରରେ କିପରି ସାଧାରଣ ଖାଉଟି ଦରଦାମ ବୃଦ୍ଧିକୁ ନେଇ ହନ୍ତସନ୍ତ ହେଉଛନ୍ତି ଏହା ବିରୁଦ୍ଧରେ ସରକାରଙ୍କୁ ଜଣାଇବା ସହ ଦରଦାମ ଯେପରି ନିୟନ୍ତ୍ରଣକୁ ଆସୁ ସେନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲା ବିରୋଧୀ ବିଜେଡି । ଏବଂ ଏଥିରେ ଖୋଦ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବା ସହ ମୋହନ ସରକାରଙ୍କୁ ସିଧା ସିଧା ଟାର୍ଗେଟ କରିଥିଲେ । ଆଉ ଏହି ଆନ୍ଦୋଳନ ସମୟରେ ବିଜେଡି ନେତାମାନେ ନିଜ ନିଜ ବେକରେ ଆଳୁ ପିଆଜର ମାଳା ପ୍ରସ୍ତୁତ କରି ପକାଇଥିବା ଦେଖିବାକୁ ମିଳିଥିଲା ।
