ଏଥର ବେଗୁନିଆରେ ନବୀନ ଭରସେସ୍ ପ୍ରଶାନ୍ତ । ସାଧାରଣ ନିର୍ବାଚନ ପରେ ପୁଣି ହେବ ଆରପାର୍ ଲଢେଇ । ହଁ ଦର୍ଶକବନ୍ଧୁ, ସାଧାରଣ ନିର୍ବାଚନର କିଛି ମାସ ପରେ ପଞ୍ଚାୟତ ନିର୍ବାଚନ ନେଇ ସରଗରମ ହେଲାଣି ରାଜ୍ୟ ରାଜନୀତି । ଏପରିକି ଏଥିପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ବି ଆରମ୍ଭ ହୋଇଗଲାଣି । ଖାସ କରି ଖୋର୍ଦ୍ଧା ଗଡରେ ବିଜେପିର ପତାକା ଉଡିବା ପରେ ଏବେ ବିଜେପି ନଜରରେ ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀ ରହିଥିବା କୁହାଯାଉଛି । ଆଉ ଏଥିପାଇଁ ଏହି ଆସନର ଦାୟିତ୍ୱ ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିବା ନେଇ ଆଶଙ୍କା କରାଯାଉଛିା ଏପରିକି ପ୍ରଶାନ୍ତ ମଧ୍ୟ କାମ କରିବା ଆରମ୍ଭ କରିସାରିଲେଣି ।
ଚା ଖଟି, ଏବଂ ନେତାଙ୍କୁ ନେଇ ମେଳି କରି ପ୍ରଶାନ୍ତ ରୋଡମ୍ୟାପ ପ୍ରସ୍ତୁତ କରୁଛନ୍ତି । ଏପରିକି ନିଜ ସୋସିଆଲ ମିଡିଆ ପେଜରେ କିଛି ନେତାଙ୍କୁ ନେଇ ମେଳି କରିବା ସହ ଏଥର ବେଗୁନିଆ-ବୋଲଗଡରେ ବିଜେପି ଆସିବା ନେଇ ପୋଷ୍ଟ କରିଛନ୍ତି । ଯେଉଁଥିରୁ ପ୍ରଶାନ୍ତଙ୍କୁ ଦଳ ଏହି ନିର୍ବାଚନମଣ୍ଡଳୀର ଦାୟିତ୍ୱ ଦେଇଥିବା କୁହାଯାଉଛି । କାରଣ ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବ ବେଗୁନିଆର ବିଧାୟକ ରହିଥିଲେ । ତେଣୁ ଏହି ନିର୍ବାଚନ ମଣ୍ଡଳୀରେ ପ୍ରଶାନ୍ତଙ୍କ ଲୋକପ୍ରିୟତା ଏବଂ ଦବଦବା ରହିଥିବାରୁ ଏହା ବିଜେପି ପାଇଁ ଲାଭ ଦାୟକ ହୋଇପାରେ । ଏଥିପାଇଁ ପ୍ରଶାନ୍ତଙ୍କ ନେତୃତ୍ୱରେ ଶାସକ ବିଜେପି କିପରି ଦୁଇଟି ଯାକ ବ୍ଲକ ଅଧ୍ୟକ୍ଷ ପଦ ହାତେଇବ ସେଥିପାଇଁ ବ୍ଲୁ ପ୍ରିଣ୍ଟ ରେଡି କରୁଛି ।
ତେବେ ବିଜେପି ସରକାରକୁ ଆସିବା ପରଠାରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଅନାସ୍ଥା ଭୋଟ ପଡୁଛି । ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଆଣୁଛନ୍ତି ସମିତି ସଭ୍ୟ । କିନ୍ତୁ ଅନେକ ସ୍ଥାନରେ ଏହା ବିଜେପିକୁ ହିଁ ଭାରି ପଡୁଛି ଏବଂ ବିଜେଡି ବାଜିମାତ୍ କରୁଛି । ତେଣୁ ଏହି ଆସନରେ ସ୍ଥିତି କଣ ରହିବ ସେନେଇ ସସପେନ୍ସ ବଢିଛି । ଅନ୍ୟପଟେ ବେଗୁନିଆ ବୋଲଗଡରେ ବିଜେଡିର ସ୍ଥିତି ମଜବୁତ ରହିଛି । ବିଜେଡି ବିଧାୟକ ପ୍ରଦୀପ ସାହୁ କେଉଁ ଗୋଟି କେତେବେଳେ ଚଳେଇବା ଉଚିତ୍ ସେଥିରେ ସିଦ୍ଧହସ୍ତ ଅଛନ୍ତି । ତେଣୁ ଏଠାରେ ବିଜେପି ବିଜେଡି ମଧ୍ୟରେ କଡା ଟକ୍କର ହେବା ନେଇ ସମ୍ଭାବନା ରହିଛି । ତେବେ ଦେଖାଯାଉ କେଉଁ ପାଣି କୁଆଡେ ଯାଉଛି ଏବଂ ବେଗୁନିଆ ବୋଲଗଡରେ କିଏ ବାଜିମାତ୍ କରୁଛି ତା ଉପରେ ରହିଛି ସମସ୍ତଙ୍କ ନଜର ।