ଗାଁ ଗହଳିରେ ଏମିତି ଡ଼ାକ ତ ନିଶ୍ଚୟ ଶୁଣିଥିବେ ,ଖେଳନା ନେବା ଖେଳନା | ଏହି ଡାକ ଶୁଣିବା ମାତ୍ରେ ପିଲା କି ବୁଢା ସମସ୍ତେ ଘରୁ ଦାଣ୍ଡକୁ ବାହାରି ଆସୁଥିବେ |ଭଳିକି ଭଳି ଖେଳନା ବେଙ୍ଗ ବାଇଦ, ଝୁମୁକା ଆହୁରି ଅନେକ କିଶମର ଜିନିଷ | ପିଲାଟିଏ ଆଗରୁ କାନ୍ଦୁଥିଲେ ତା ହାତରେ ମାଟିର ତିଆରି ବେଙ୍ଗ ବାଇଦ ଧରାଇ ଦେଲେ ସେ ଚୁପ ହୋଇଯାଉଥିଲା | କିନ୍ତୁ ଏବେ ସମୟ ବଦଳିଛି ସବୁକିଛି ଗ୍ଲୋବାଲ ହେବାରେ ଲାଗିଛି | ତେଣୁ ସ୍ବଦେଶୀ ଜ୍ଞାନ କୌଶଳିରେ ବିକାଶ ପାଇଁ ଆତ୍ମ ନିର୍ଭର ଭାରତ ପାଇଁ ଗ୍ଲୋବାଲ ଫର ଲୋକାଲ ଆହ୍ୱାନ ଦେଇସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ତାହାରି ଭିତରେ ଗ୍ଲୋବାଲ ଫର ଲୋକାଲ ଜିଇଁବାର ସଂଘର୍ଷ କରୁଥିବାର ଏମିତି ଚିତ୍ର କେନ୍ଦ୍ରାପଡ଼ା ଜ଼ିଲ୍ଲା ମାର୍ଶାଘାଇ ରୁ ଆସିଛି!ଏବେବି ସେଠାରେ କାରିଗର ବିଭିନ୍ନ ଖେଳନା ତିଆରି କରିବାରେ ମାତିଛନ୍ତି |
ତେବେ ଏମାନେ ଗ୍ଲୋବାଲ ଅର୍ଥ ବୁଝନ୍ତିନି କିନ୍ତୁ ଯାହାକୁ ମୌଳିକ ବୃତ୍ତି ଭାବି ଆସିଛନ୍ତି ଆଜିବି କରୁଛନ୍ତି | ଏମାନେ ଏଠି ଅତି ଯତ୍ନ ଭାବେ ବେଙ୍ଗ ବାଇଦ ତିଆରି କରନ୍ତି, ତାଳ ପତ୍ରରେ ଝୁମୁକା ତିଆରି କରନ୍ତି କଷ୍ଟ ସାଧ୍ୟ୍ୟ କାମ କିନ୍ତୁ ଶ୍ରମର ମୂଲ୍ୟ କେହି ବୁଝନ୍ତିନି! ବର୍ତମାନ ସମସ୍ତଙ୍କୁ ପ୍ଲାଷ୍ଟିକ ଖେଳନା ର ମୋହ ଘାରିଛି, ପ୍ଲାଷ୍ଟିକ ଖେଳନା ଆଉ ପ୍ରାକୃତିକ ତିଆରି ଖେଳନା ଉଭୟ ଶାରୀରିକ ବିଜ୍ଞାନ ଦୃଷ୍ଟିରୁ କେତେ ଫରକ ତାକୁ କେହି ବୁଝିବାକୁ ଚାହୁଁନାହାନ୍ତି! ମେଳା ମାଉଛୁକ ଛାଡିଦେଲେ ବେଙ୍ଗ ବାଇଦ ଝୁମୁକା ଖେଳନା ସ୍ୱପ୍ନ ହେବାରେ ଲାଗିଛି | ତେବେ ସେମାନେ ସରକାରଙ୍କୁ ଅନୁରୋଧ କରୁଛନ୍ତି ଯେ ତାଙ୍କ କାମକୁ ସ୍ୱାଗତ କରାଯାଉ ଆଉ ସେମାନେ କିପରି ଅଧିକ ରୁ ଅଧିକ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ |