ବୋମାରେ ଉଡିଯିବ ସୁରଙ୍କ ଘର ମନ୍ମଥଙ୍କୁ ଫୋନକଲ୍ !

ବୋମାରେ ଉଡିଯିବ ସୁରଙ୍କ ଘର ମନ୍ମଥଙ୍କୁ ଫୋନକଲ୍ !

ଭାରତ ପାକ୍ ସୀମାରେ ଚାଲିଛି ଅପରେସନ ସିନ୍ଦୂର 2.0 । ଆଉ ଏପଟେ ଓଡିଶାରେ ନେତାଙ୍କୁ ଆସୁଛି ଧମକ । ବିଜେଡି ନେତା ମନ୍ମଥ ରାଉତରାୟଙ୍କୁ ଆସିଛି ହତ୍ୟା ଧମକ । ହଁ ଆଜ୍ଞା କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ବିଳମ୍ୱିତ ରାତିରେ ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତାରୟଙ୍କୁ ଏକ ଫୋନ କଲେ ଯୋଗେ ହତ୍ୟା ଧମକ ଆସିଛି । କେବଳ ହତ୍ୟା ନୁହେଁ ବରଂ ପାଞ୍ଚ ଲକ୍ଷ ଟଙ୍କା ମଧ୍ୟ ମଗାଯାଇଛି । ଯଦି ମନ୍ମଥ ଟଙ୍କା ନଦିଅନ୍ତି ତେବେ ତାଙ୍କୁ ଏବଂ ତାଙ୍କ ଘରକୁ ବୋମା ଦ୍ୱାରା ଉଡାଇ ଦିଆଯିବା ପାଇଁ ଧମକ ମଧ୍ୟ ମିଳିଛି । ଏନେଇ ମନ୍ମଥ ରାଉତରାୟ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଲିଙ୍ଗରାଜ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ତଦନ୍ତରୁ ଜଣାପଡିଛି ଯେ ରବିବାର ବିଳମ୍ୱିଳ ରାତିରେ ମନ୍ମଥଙ୍କ ଫୋନକୁ ତିନିଥର ମିସଡ କଲ ଆସିଥିଲା ଏବଂ ଏହାପରେ ମନ୍ମଥ ସେହି ନମ୍ୱରରେ ଫୋନ କରିବା ପରେ ଜଣେ ଦୁର୍ବୁତ୍ତ ତାଙ୍କୁ ଧମକାଇବା ସହିତ ଟଙ୍କା ମାଗିଥିଲେ । ଯାହା ଶୁଣିବା ପରେ ଖୋଦ ବିଜେଡି ନେତା ମନ୍ମଥ ରାଉତରାୟ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଖାଲି ସେତିକି ନୁହେଁ ଦୁର୍ବୁତ୍ତ ଜଣଙ୍କ ମନ୍ମଥଙ୍କୁ କହିଥିଲେ କି ଯଦି ଟଙ୍କା ନଦିଅନ୍ତି ତେବେ ବୋମା ପକାଇ ଗାଡି ଓ ଘରକୁ ଉଡାଇ ଦିଆଯିବ । ଯଦି ଏବାବଦରେ ବିଜେଡି ନେତା ମନ୍ମଥ ରାଉତରାୟ ପୋଲିସ ଆଗରେ ଅଭିଯୋଗ କରନ୍ତି ତେବେ ପରିବାର ଲୋକଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ଦୁର୍ବୁତ୍ତ କହିଥିଲା । ଥରେ ନୁହେଁ ବରଂ ଆଉଥରେ ମଧ୍ୟ ମନ୍ମଥଙ୍କୁ ରାତି ପ୍ରାୟ 10.30 ସମୟରେ ଫୋନ ଆସିଥିଲା ଆଉ ଖୁବଶୀଘ୍ର ଟଙ୍କା ନଦେଲେ ତାଙ୍କୁ ମାରିଦିଆଯିବ ବୋଲି କୁହଗଲା । ଯାହା ପରେ ସଙ୍ଗେ ସଙ୍ଗେ ଲିଙ୍ଗରାଜ ଥାନାରେ ପହଞ୍ଚିଥିଲେ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତାରାୟ ।

ଏ ଅଜଣା କଲ ବିଷୟରେ ପୋଲିସକୁ ଜଣାଇବା ସହିତ ଦୁର୍ବୁତ୍ତଙ୍କୁ ଖୋଜି ବାହାର କରିବା ପାଇଁ ଲିଙ୍ଗରାଜ ଥାନାରେ ଏଫଆଇର କରିଥିଲେ ମନ୍ମଥ । ତେବେ କିଏ ସେହି ବ୍ୟକ୍ତି ଯେ ମନ୍ମଥଙ୍କୁ ବାରମ୍ୱାର ହତ୍ୟା ଧମକ ଦେଇଆସୁଛି ଏବଂ କେବେ ପୋଲିସ ଏହାର ଉଚିତ ତଦନ୍ତ କରି ନିଷ୍କର୍ଷରେ ପହଞ୍ଚୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *