ବୌଦ୍ଧରେ କାଳବୈଶାଖୀ ବର୍ଷା…

ବୌଦ୍ଧରେ କାଳବୈଶାଖୀ ବର୍ଷା…

ବୌଦ୍ଧ ଜିଲ୍ଲା କଣ୍ଟାମାଳ ର ବିଭିନ୍ନ ଅଂଚଳ ରେ କାଳ ବୈଶାଖୀ ଯୋଗୁ ଘଡଘଡି ସହ ବର୍ଷା । ଅପରାହ୍ନରେ ହଟାତ କଳା ହାଣ୍ଡିଆ ମେଘ ଘୋଟି ଆସିଥିଲା । ବିଜୁଳି ମାରିବା ସହ ପାଖା ପାଖି ୧ ଘଣ୍ଟା ତୁହାକୁ ତୁହା ବର୍ଷା ହୋଇଥିଲା । କାଳ ବୈଶାଖୀ ଯୋଗୁ ଭୀଷଣ ପବନ ହେବା ଫଳରେ ରାସ୍ତା ଉପରେ କିଛି ଗଛଭାଙ୍ଗି ପଡିଥିଲା । ଫଳରେ ଯିବା ଆସିବା ବାଧାପ୍ରାପ୍ତ ହୋଇଥିଲା । ପରେ କଣ୍ଟାମାଲ ଅଗ୍ନିଶମ ବାହିନୀ ଓ ଲୋକେ ଗଛକୁ କାଟି ରାସ୍ତା ସଫା କରିଥିଲେ । ତେଵେ କିଛି ଦିନ ହେବ କଣ୍ଟାମାଳରେ ଗ୍ରୀଷ୍ମ ର ପ୍ରକୋପ ବଢିବା ରେ ଲାଗିଥିଲା । ବର୍ଷା ଯୋଗୁ ଅଂଚଳ ବାସୀ ଙ୍କୁ ତାତିରୁ ତ୍ରାହି ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *