ବୌଦ୍ଧରେ ନିଆରା ଜଗନ୍ନାଥ ଲୀଳା ମହୋତ୍ସବ

ବୌଦ୍ଧରେ ନିଆରା ଜଗନ୍ନାଥ ଲୀଳା ମହୋତ୍ସବ

ବୌଦ୍ଧ ଜିଲ୍ଲାରେ ଚାଲିଛି ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ । ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବରେ ପ୍ରତି ଦିନ ଶ୍ରୀଜୀଉଙ୍କ ମନ୍ଦିର ଭଳି ବେଶ ଓ ପୂଜାର୍ଚ୍ଚନା କରାଯାଉଛି । ଶ୍ରୀଜୀଉଙ୍କ ଏଭଳି ଦୁର୍ଲଭ ବେଶ ଦର୍ଶନ କରିବାକୁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ଛଳ ଛଳ ଆଖିରେ, ଦୁଇ ବାହୁ ଟେକି ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରି ଦେଉଛନ୍ତି ଭକ୍ତ । ଏକା ସାଙ୍ଗରେ 32ଟି ଦୁର୍ଲଭ ବେଶରେ ଦର୍ଶନ ଦେଉଛନ୍ତି ପ୍ରଭୁ ଜଗନ୍ନାଥ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା । ଲକ୍ଷ୍ମୀ ନାରାୟଣ,ବାଙ୍କଚୁଡା,ଗିରିଗୋବର୍ଦ୍ଧନ ବେଶରେ ମହାପ୍ରଭୁ ଦର୍ଶନ ଦେଉଛନ୍ତି । ଏହାକୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ଲାଗିରହିଛି । ସନ୍ଧ୍ୟା ସମୟରେ ଭକ୍ତ ମାନଙ୍କ ପାଇଁ ମହାପ୍ରଭୁଙ୍କ ଲୀଳା ଓ ବେଶକୁ ନେଇ ପଣ୍ଡିତମାନଙ୍କ ଦ୍ୱାରା ପ୍ରବଚନ ଆୟୋଜନ କରାଯାଉଥିବାବେଳେ ବିଶ୍ୱର ମଙ୍ଗଳ କାମନା କରି ମହାଯଜ୍ଞ ଚାଲିଛି । ଏହି ଶ୍ରୀଜଗନ୍ନାଥ ଲୀଳା ମହୋତ୍ସବ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *