ବୌଦ୍ଧ ରେ ପୁଣି ମାଓକ୍ୟାମ୍ପ ଠାବ । ମାନମୁଣ୍ଡା ଥାନା ଅନ୍ତର୍ଗତ କନାଗୁନ ଗ୍ରାମ ନିକଟସ୍ଥ ଜଙ୍ଗଲ ରୁ ମିଳିଲା ବହୁ ମାଓ ବିସ୍ପୋରକ ସାମଗ୍ରୀ । ଜିଲ୍ଲାରେ ବଡ ଅଘଟାଇବା ପାଇଁ ଲୁଚାଇ ରଖିଲେ 230ଟି ଜିଲୋଟିନ ପ୍ୟାକେଟ ସହ ବହୁ ବିସ୍ପୋରକ ସାମଗ୍ରୀ । ସର୍ଚ୍ଚ ଅପରେସନ ବେଳେ ଠାବ କଲେ ସୁରକ୍ଷାବାହିନୀ । ସୂଚନା ଦେଲେ ବୌଦ୍ଧ SP । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କନାଗୁଡା ଠାରୁ ୫୦୦ ମିଟର ଦୂରରେ ମାଓ ଗତିବିଧି ନେଇ ଗୁଇନ୍ଦା ସୂତ୍ରରୁ ପୋଲିସ ଖବର ପାଇ ଜଙ୍ଗଲରେ DVF ଓ ବମ ସ୍କ୍ୱାର୍ଡ ମିଳିତ ସର୍ଚ୍ଚ ଅପରେସନ ହୋଇଥିବା ବେଳେ ଆଜି ସକାଳେ ଏକ ମାଓ କ୍ୟାମ୍ପ ଠାବ ହୋଇଥିଲା । ଏଥିରେ 230 ଜିଲୋଟିନ ସମେତ 1 ମିଟର ସେଫଟି ଫିଉଜ, ବ୍ୟାଟେରୀ ୫ଟି, ମାଓ ୟୁନିଫର୍ମ ଓ ବହୁ ମାଓ ସାମଗ୍ରୀ ଜବତ କରିଥିଲା । ଏନେଇ ମନମୁଣ୍ଡା ଥାନାରେ ମାମଲା ରୁଜୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସପି ନାଗରାଜ୍ ଦେବରକୋଣ୍ଡା ।

You can share this post!
author