ମନମୁଣ୍ଡା ବାଇପାସ୍ ରାସ୍ତା ର ନୁର୍ପା ଛକ ଅଂଚଳରେ ମଙ୍ଗଳବାର ସକାଳ ସମୟରେ ମାଓ ପୋଷ୍ଟର ପକାଯାଇଛି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବା ସୂଚନା ମିଳିଛି l ସୂଚନା ପ୍ରକାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ନୁର୍ପା ଛକ ରେ KKBN ଡିଭିଜନ ପକ୍ଷରୁ ମାଓ ପୋଷ୍ଟର ରାସ୍ତାରେ ପକାଯାଇଛି । ମାଓ ପୋଷ୍ଟର ଗୁଡିକରେ ୮ ଟି ଦାବୀ ଉଲ୍ଲେଖ ଥିଲା l ଜିଲ୍ଲାରେ ମଦ ବିକ୍ରି , ଗଞ୍ଜେଇ ଚାଷ ସମ୍ପୂର୍ଣ ବନ୍ଦ କରିବା ଆହ୍ବାନ ଦେବା ସହିତ ମଦ ଓ ଗଞ୍ଜେଇ ମାଫିଆ ଙ୍କୁ ଦଣ୍ଡ ଦେବା ନେଇ ଉଲ୍ଲେଖ ରହିଛି । ଭୂମିହୀନଙ୍କୁ ଜମି ଯୋଗାଇବା, ବେକାରୀ ଯୁବକମାନଙ୍କୁ ନିଯୁକ୍ତି ଦେବା, ନହେଲେ ବେକାରୀ ଭତା ଦିଆଯିବାକୁ ଦାବି କରାଯାଇଛି । ଦିନ କୁ ଦିନ ମାଓବାଦୀଙ୍କ ଗତିବିଧି ବଢୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ବଢ଼ିବାରେ ଲାଗିଛି।

You can share this post!
author