ବୌଦ୍ଧ ଜିଲ୍ଲାରେ ନିଆଁ ବର୍ଷା!

ବୌଦ୍ଧ ଜିଲ୍ଲାରେ ନିଆଁ ବର୍ଷା!

ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରେ ହଠାତ ତାପମାତ୍ରl ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି l ଖରା ଯୋଗୁଁ ଦିନ ୧୦ ଘଣ୍ଟା ପରେ ଲୋକେ ବାହାରକୁ ଅତି ଜରୁରୀ କାମ ନ ଥିଲେ ବାହାରୁ ନଥିବା ବେଳେ ରାସ୍ତା ଘାଟ ସୁନ ସାନ୍ ଓ ଖାଁ ଖାଁ ଲାଗୁଛି | ବୌଦ୍ଧ ଜିଲ୍ଲାରେ ଗତ ଚାରିଦିନ ହେଲା ଟାଇଁ ଟାଇଁ ଖରା ସାଙ୍ଗକୁ ପ୍ରଚଣ୍ଡ ଗ୍ରୀଷ୍ମ ତାପ ସହ ଦିନର ତାପାମାତ୍ର ୪୨ ଡିଗ୍ରୀ ଉପରେ ରହୁଛି l ଦିନ ୧୦ ଟା ପରେ ତାପମାତ୍ରାରେ ଅହେତୁକ ବୃଦ୍ଧି ପାଉଛି l ଲୋକେ ଦିନ ୧୦ ଟା ପରେ ଅସହ୍ୟ ତାତି ଅନୁଭବ କରୁଛନ୍ତି l ମନମୁଣ୍ଡା ଅଞ୍ଚଳରେ ଥିବା ବିଭିନ୍ନ ନଦୀ, ନାଳ ଓ ପୋଖରୀ ଗୁଡିକର ଜଳସ୍ତର କମିବା ଆରମ୍ଭ ହୋଇଥିବା ବେଳେ ଅନ୍ୟ ପଟେ ଦିନ ୧୧ଟା ପରେ ଖରା ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି l ଅନ୍ୟ ପଟେ ପ୍ରଚଣ୍ଡ ଖରା ଆରମ୍ଭ ହେଉ ଥିବାରୁ ରାସ୍ତା କଡ ଓ ବିଭିନ୍ନ ଛକ ଜାଗା ଗୁଡିକରେ ଥଣ୍ଡା ପାନୀୟର ବେପାର ଆରମ୍ଭ ହେଉଥିବା ଦେଖିବାକୁ ମିଳିଛି l ଲୋକେ ଗରମର ମୁକାବିଲା କରିବାକୁ ଥଣ୍ଡା ପାନୀୟ, ଆଖୁରସ, ତରଭୁଜ,ଲସି ପରି ଥଣ୍ଡା ଖାଦ୍ୟ ଓ ପାନୀୟ ଦୋକାନ ଆଗରେ ଭିଡ଼ ଜମାଉ ଥିବା ଦେଖାଯାଇଛି l କେହି କେହି ଖରା କୁ ଦୃଷ୍ଟି ରେ ରଖି ଗଛ ତଳେ ଆଶ୍ରୟ ନେଉଥିବା ବେଳେ ବୃଦ୍ଧ, ବୃଦ୍ଧା ଓ ସ୍କୂଲ ଯାଉଥିବା ଛାତ୍ରଛାତ୍ରୀ ଙ୍କୁ ଟାଣ ଖରା ବହୁ ସମସ୍ୟା ସୃଷ୍ଟି କରିଛି l ଆଗକୁ ବଢୁଥିବା ଖରାର ପ୍ରକୋପକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ବିଭିନ୍ନ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା ଓ ଜଳ ଛତ୍ର ଶୀଘ୍ର ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି। ଅନ୍ୟପଟେ ମନମୁଣ୍ଡା ସହରକୁ ବ୍ୟବସାୟର ପେଣ୍ଠସ୍ଥଳୀ ଭାବେ ପରିଗଣିତ ହୋଇଥାଏ କିନ୍ତୁ ହସ୍ପିଟାଲ୍ ଛକ ଓ ଗାନ୍ଧୀ ଛକ ରେ ଯାତ୍ରୀ ବିଶ୍ରାମ ଗାର ନଥିବାରୁ ଯାତ୍ରୀ ମାନେ ଅହେତୁକ ବ୍ୟାକୁଳ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।

author

Related Articles

Leave a Reply

Your email address will not be published. Required fields are marked *