ବୌଦ୍ଧ ଜିଲ୍ଲାରେ ବାଘ ଛାଲ ଜବତ

ବୌଦ୍ଧ ଜିଲ୍ଲାରେ ବାଘ ଛାଲ ଜବତ

ବୌଦ୍ଧ ବନଖଣ୍ଡ କଣ୍ଟାମାଳ ବନାଞ୍ଚଳରୁ ଚିତାବାଘ ଛାଲ ଜବତ କରି ସଂପୃକ୍ତ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କଲା ବଲାଙ୍ଗିର ବନ ବିଭାଗ । ସୂଚନା ଅନୁଯାଇ ଚିତାବାଘ ଛାଲ ଚାଲାଣ ହେବାକୁ ଥୂବା ବେଳେ କୌଣସି ସୂତ୍ରରୁ ବଲାଙ୍ଗୀର ବନ ବିଭାଗ ଖବର ପାଇଥିଲା ଜ୍ଝ ବଲାଙ୍ଗୀର ବନଖଣ୍ଡ ଅଧୂକାରୀ ନୀତେଶ କୁମାରଙ୍କ ଏକ ଟିମ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା କୋଟଗାଁରେ ଚଢ଼ାଉ କରି ଉକ୍ତ ଗ୍ରାମର ମୁକେଶ ମନହିରାକୁ ଗିରଫ କରିବା ସହିତ ପଚାରୁଚୁରା ଚଳାଇଥୁଲା ଓ କଣ୍ଟାମାଳ ରେଞ୍ଜ ଘଣ୍ଟାପଡ଼ା ସେକ୍ସନର ଫଟାମୁଣ୍ଡା ଗ୍ରାମରେ ଚିତାବାଘ ଛାଲ ଥିବା ସୂଚନା ପାଇ ବନ ବିଭାଗ ଏକ ପାଲଗଦାରୁ ଚିତା ବାଘ ଛାଲ ପାଇଥିଲା ଉକ୍ତ ଘଟଣାରେ ଜଡିତ ଫଟାମୁଣ୍ଡା ଗ୍ରାମର ଦିବ୍ୟଶଙ୍କର ବଗର୍ତ୍ତୀକୁ ଗିରଫ କରି କେସ ନଂ ୨୭୧ ରେ ଉକ୍ତ ୨ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଛି l

author

Related Articles

Leave a Reply

Your email address will not be published. Required fields are marked *