ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାରଙ୍କ କାର୍ଯ୍ୟାଳୟ ବୁଧବାର ଉଦଘାଟିତ ହୋଇଯାଇଛି। ମହାମାୟୀ କଲେଜ ନିକଟରେ ଏହି କାର୍ଯ୍ୟାଳୟ ଖୋଲା ଯାଇଛି। କାର୍ଯ୍ୟାଳୟକୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ରମେଶ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ସ୍ୱାସ୍ଥ୍ୟଜନୀତ କାରଣରୁ ଉଦ୍ଘାଟନ ଉତ୍ସବରେ ଯୋଗ ଦେଇନଥିବା ବ୍ରହ୍ମପୁର ସାଂସଦ ଡ.ପାଣିଗ୍ରାହୀ ଭୁବନେଶ୍ୱରରୁ ଆଭାସୀ ମାଧ୍ୟମରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଭାବ ବିନିମୟ କରିଥିଲେ। ବିଧାୟକ କେ.ଅନୀଲ କୁମାରଙ୍କ ସ୍ୱଚେଷ୍ଟାରେ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଥିବାରୁ ବିଧାୟକଙ୍କୁ ସାଧୁବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା କାମନା ପାଢ଼ୀ, ଜିଲା ବିଜେପି ସଭାପତି ଡା.ସୁବାଷ ସାହୁ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ନିଗମର ବହୁ କର୍ପୋରେଟର, ବିଧାୟକ ପ୍ରତିନିଧି ଅଶୋକ ଶୁଳ୍କ, ଶିଶିର ପାଢ଼ୀ, ବବିତା ପାତ୍ର, ସବିତା ସୁଆର, ସରୋଜ ସାବତ, ସଞ୍ଜୟ ଜେନା, ପ୍ରଦୀପ ନାୟକ, ନାରାୟଣ ପଣ୍ଡା, ପୀତବାସ ପଣ୍ଡା, ବିଜେଡି ନେତା ଭୀମସେନ ଦଳେଇ, ଅର୍ବାନ ବ୍ୟାଙ୍କ ସଭାପତି ଆର୍.ମୂରଲୀ ମୋହନଙ୍କ ସମେତ ବ୍ରହ୍ମପୁର ବିଧାନସଭା କ୍ଷେତ୍ରର ବହୁ ବିଜେପି ନେତା ଓ କର୍ମୀଙ୍କ ସହ ଦଳମତ ନିର୍ବିଶେଷରେ ସହରର ବହୁ ବ୍ୟକ୍ତିବିଶେଷ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

You can share this post!
author