ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ବେଗୁନିଆପଡା ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରତାପ ଚନ୍ଦ୍ର ପଣ୍ଡା, ଛତ୍ରପୁର ସହକାରୀ ଉଦ୍ୟାନ ଅଧିକାରୀ ସନ୍ଦୀପ କୁମାର ବଢ଼େଇ, ହିଞ୍ଜିଳିକାଟୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅଶୋକ କୁମାର ପାଇକ ରାୟ, ବେଗୁନିଆପଡା ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୁବାଶିଷ ପାତ୍ର, ବେଗୁନିଆପଡା ସହକାରୀ କୃଷି ଅଧିକାରୀ ରାମଲାଲ ସାମଦ ଉଦ୍ୟାନ ନିରୀକ୍ଷକ ପ୍ରଦୀପ କୁମାର ଗୋମାନସିଂ ଯୋଗଦେଇ ଉତ୍ତମ ଚାଷ ଉପରେ ଆଲୋକପାତ କରିଥିଲେ । ଚାଷର ଉର୍ନ୍ନତି ନ ହେଲେ ରାଜ୍ୟ ଓ ଦେଶ ର ଉର୍ନ୍ନତି ଅସମ୍ଭବ । ତେଣୁ କୃଷି ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରିବା ସହ ପ୍ରତ୍ସାହନ ଦେଉଛନ୍ତି । ବର୍ତମାନ ଆମ ରାଜ୍ୟ ରେ ଆଳୁ ସଙ୍କଟ ଦେଖାଦେଇଥିବା ବେଳେ ସରକାର ଆଳୁ ଚାଷକୁ ଗୁରୁତ୍ୱ ଦେଉଛନ୍ତି । ତେଣୁ ଉତ୍ତମ ସବସିଡ଼ି ଯୁକ୍ତ ଆଳୁ ବିହନ ନେଇ ଚାଷ କରିବା ସହ ଏହି ସଙ୍କଟକୁ ଦୂରୀଭୂତ କରିବା ପାଇଁ କହିଥିଲେ । ଅପରାହ୍ନରେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇ ସରକାରଙ୍କ ଯୋଜନା ପ୍ରକୃତ ଚାଷୀଙ୍କ ନିକଟରେ ପହଞ୍ଚୁନାହିଁ ଏଣୁ ଏଥିପ୍ରତି ଧ୍ୟାନ ଦେବା ସହ ଠିକ ଭାବରେ ସବସିଡି ପ୍ରଦାନ କରି ବିଭିନ୍ନ ଯୋଜନା ସମ୍ପର୍କ ରେ ଚାଷୀଙ୍କୁ ସଚେତନ କରିବା ପାଇଁ କୃଷି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏଥିସହ ଛୁଇଁ, ଆମ୍ବ ଆଦି ଚାରା ଓ ବିହନ କିଟ ଚାଷୀଙ୍କୁ ପ୍ରଦାନ କରିଥିଲେ । ଏଥିରେ ଉଦ୍ୟାନ କୃଷି କର୍ମଚାରୀ, କୃଷକ ସାଥି ଓ ଚାଷୀ ଉପସ୍ଥିତ ଥିଲେ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025